ଆସନ୍ତା ୩୧ ଯାଏ ଜାରି ରହିବ e-KYC ପ୍ରକ୍ରିୟା, ୩୩୧୨୮ ଅଯୋଗ୍ୟ ରାସନକାର୍ଡ ବାତିଲ

youtube

ଭୁବନେଶ୍ବର: ୩୧ ତାରିଖ ଯାଏ e-KYC ପ୍ରକ୍ରିୟା । ରାସନକାର୍ଡ e-KYC ଅବଧି ବାବଦରେ ଯୋଗାଣମନ୍ତ୍ରୀଙ୍କ ଲିଖିତ ଉତ୍ତର । ଆସନ୍ତା ୩୧ ତାରିଖ ଯାଏ ଜାରିରହିବ e-KYC ପ୍ରକ୍ରିୟା । e-KYC ପ୍ରକ୍ରିୟାରେ ୬ ଲକ୍ଷ ୮୩ ହଜାର ମୃତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ୩୩ ହଜାର ୧୨୮ ଅଯୋଗ୍ୟ ରାସନକାର୍ଡ ବାତିଲ କରାଯାଇଛି ।

ସର୍ବାଧିକ ଖୋର୍ଦ୍ଧାରେ ୪ ହଜାର ୭୪୭ କାର୍ଡ ବାତିଲ କରାଯାଇଛି । ଜୁନ୍ ୨୦୨୪ ପରଠୁ ୧୫ ଲକ୍ଷ ନୂଆ ଆବେଦନ ହସ୍ତଗତ ହୋଇଛି । ତର୍ଜମା ପରେ ୩ ଲକ୍ଷ ୨୩ ହଜାର ୧୪୫ ଆବେଦନ ଅନ୍ତର୍ଭୁକ୍ତ ହୋଇଛି । ୭ ଲକ୍ଷ ୩୭ ହଜାର ୫୩୦ ଆବେଦନ ଆଗ୍ରହ୍ୟ କରାଯାଇଛି ।

Leave A Reply

Your email address will not be published.