
ଛତ୍ରପୁର : ଦକ୍ଷିଣ ଓଡ଼ିଶା ଇକୋନମିକ୍ ଆସୋସିଏସନ ଏବଂ ସରକାରୀ ଵିଜ୍ଞାନ ମହାବିଦ୍ୟାଳୟ ଛତ୍ରପୁର ଆନୁକୂଲ୍ୟରେ ମହିଳା ସଶକ୍ତିକରଣ ଉପରେ ଏକ ଜାତୀୟ ସମ୍ପାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଆସୋସିଏନର ସଭାପତି ତଥା ବନାରସ ବିଶ୍ବବିଦ୍ୟାଳୟର ପ୍ରଫସର ଡ଼ ମୃତୁଞୟ ମିଶ୍ରଙ୍କ ପ୍ୟୌରହିତ୍ୟରେ ଆୟୋଜିତ ଉକ୍ତ ସମ୍ପାନର ଉଦଘାଟନୀ ଉତ୍ସବରେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ମାନ୍ୟବର ଅଧ୍ୟକ୍ଷା ଶ୍ରୀମତୀ ବବିତା ପାତ୍ର ମୁଖ୍ୟ ଅତିଥିରୁପେ ଯୋଗଦାନ କରି ମହିଳା ସଶକ୍ତୀକରଣର ବିଭିନ୍ନ ଦିଗ ଉପରେ ଆଲୋଚନା ଅରିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅର୍ଥନୀତି ବିଭାଗର ସହକାରୀ ପ୍ରଫସର ଡ଼ ପ୍ରେରଣା ପଣ୍ଡା ଅତିଥି ପରିଚୟ ପ୍ରଦାନ କରିବା ସଙ୍ଗେ ସଙ୍ଗେ ଅନୁଷ୍ଠାନର ସମ୍ପାଦିକା ତଥା ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଅର୍ଥନୀତି ବିଭାଗର ପୂର୍ବତନ ବିଭାଗୀୟ ମୁଖ୍ୟ ପ୍ରଫେସର ସଂଧ୍ୟାରାଣୀ ଦାଶ ବାର୍ଷିକ ବିବରଣୀ ପାଠ କରିବା ସହ ସମ୍ପାନର ଆଭିମୁଖ୍ୟ ସମ୍ବନ୍ଧରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ। କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ କୋରାପୁଟର ବରେଣ୍ୟ ପ୍ରାଧ୍ୟାପିକା ଡ଼ ମିନତୀ ସାହୁ ଭିତ୍ତିପ୍ରବନ୍ଧ ଉପସ୍ଥାପନା କରି ସମସ୍ତଙ୍କର ପ୍ରଂଶସାଭାଜନ ହୋଇଥିଲେ। ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ ସୁଶାନ୍ତ ଦାସ ସମସ୍ତ ଅତିଥିଙ୍କୁ ମହାବିଦ୍ୟାଳୟକୁ ସ୍ବାଗତ କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ଅଜୟ କୁମାର ତ୍ରିପାଠୀ ପ୍ରାସଙ୍ଗିକ ଅଭିବ୍ୟକ୍ତି ବ୍ୟକ୍ତ କରିବା ସହ ସମସ୍ତଙ୍କୁ କୃତଜ୍ଞତା ପ୍ରକାଶ କରିଥିଲେ ଏବଂ ସହ ପ୍ରଫସର ଶ୍ରୀଯୁକ୍ତ ରଶ୍ମି ରଞନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
ଉକ୍ତ ସନ୍ଦର୍ଭରେ ଆୟୋଜିତ ପ୍ରଫେସର ବିବେକାନନ୍ଦ ମେମୋରିଆଲ ଅଭିଭାଷଣରେ ପ୍ରଫସର ଭଗବାନ ପାତ୍ର, ଓଡିଶା ସରକାର ଅର୍ଥବିଭାଗର ଉପଦେଷ୍ଟା ଶ୍ରୀମତୀ ସୁଜାତା ପ୍ରହରାଜ ଏବଂ ମୁମ୍ବାଇ ସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ ବ୍ୟାକିଂ ଆଣ୍ଡ ଫାଇନାନ୍ସର ମୁଖ୍ୟ ପରିଚାଳନା ଅଧିକାରୀ ବିଶ୍ବକେତନ ଦାସ ନିଜର ବହୁମୂଲ୍ୟ ତଥ୍ୟ ଉପସ୍ଥାପନ କରିଥିଲେ। ଦୀର୍ଘ ଚାରିଟି ପାରାଲାଲ୍ ସେଶନରେ ଏକଶତରୁ ଅଧିକ ଡେଲିଗେଟ୍ସ ନିଜର ଭିତ୍ତିପ୍ରବନ୍ଧ ଉପସ୍ଥାପନ କରିଥିଲେ। ଊଦଯାପନୀ ଉତ୍ସବରେ ଶ୍ରୀଯୁକ୍ତ ବିଭୁ ପ୍ରସାଦ ସାହୁ, , ପ୍ରଫସର ନିଳାଚଳ ଆଚାର୍ଯ୍ୟ, ଡ଼ ବିବିଲତା ସ୍ରଫ୍ ପ୍ରମୁଖଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଇତ୍ୟବସରରେ ଆସୋସିଏନର ନୂତନ କାର୍ଯ୍ୟକର୍ତ୍ତା ଚୟନ କରାଯାଇଥିଲା। ଓଡ଼ିଶା ଇକୋନୋମିକ ଆସୋସିଏସନ ପକ୍ଷରୁ ଡ ଅଜୟ କୁମାର ପାଢୀ, ଶ୍ରୀ ସୁଶାନ୍ତ ଦାସ ଏବଂ ଡ ପ୍ରେରଣା ପଣ୍ଡା ପ୍ରମୁଖଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା।ଏହି ଅବସରରେ ଅର୍ଥନିତି ବିଭାଗର ସମସ୍ତ ଅଧ୍ୟାପିକା ଓ ଅଧ୍ୟାପକ ଡ଼ ସସ୍ମିତା ବେହେରା, ଡ଼ ପ୍ରଭାକର ପାଢ଼ୀ, ଡ଼ ଗଙ୍ଗାଧର ନାୟକ, ପାରଳା ମହାରାଜା ସରକାରୀ ବୈଷୟିକ ମହାବିଦ୍ୟାଳୟର ସହାୟକ ପ୍ରଫେସର ଡ଼ ଜ୍ଞାନ ରଞ୍ଜନ ମହାନ୍ତି ପ୍ରମୁଖ ଏବଂ ସମସ୍ତ ଛାତ୍ରଛାତ୍ରୀ ସହାୟତା ପ୍ରଦାନ କରିଥିଲେ। ଉତ୍ସବର ସଫଳତା ନିମନ୍ତେ ଅଧକ୍ଷ ଡ଼ ଅଜୟ କୁମାର ତ୍ରିପାଠୀ ସମ୍ପାଦକ ପ୍ରଫେସର ସଂଧ୍ୟାରାଣୀ ଦାଶ ଏବଂ ପ୍ରଶାସନିକ ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।