ମଲ୍ ଓ ମଲ୍ଟିପ୍ଲେକ୍ସରେ ପ୍ରତି ୬ମାସରେ ହେବ ଫାୟାର ସେଫଟି ଅଡିଟ୍

youtube

ଭୁବନେଶ୍ବର: ପ୍ରତି ୬ମାସରେ ମଲ୍ ଓ ମଲ୍ଟିପ୍ଲେକ୍ସରେ ହେବ ଫାୟାର ସେଫଟି ଅଡିଟ୍ । ତଦାରଖ ହେବ ଫାୟାର ସେଫଟି ଲାଇସେନ୍ସ। ଲୋକଙ୍କ ନିରାପତ୍ତାକୁ ଦୃଷ୍ଟିରେ ରଖି ନିୟମ କଡାକଡି କରାଯାଇଛି ।  ଏନେଇ ଟ୍ବିନସିଟି ମଲ୍, ମଲ୍ଟିପ୍ଲେକ୍ସ ପରିଚାଳକ ଓ ମାଲିକ ମାନଙ୍କ ସହ ବୈଠକ କରାଯାଇଛି ।  ବରମୁଣ୍ଡା ଅଗ୍ନିଶମ ତାଲିମ କେନ୍ଦ୍ରରେ ବିଭିନ୍ନ ଦିଗକୁ ନେଇ ଆଲୋଚନା କରିଛନ୍ତି ଅଗ୍ନିଶମ ଡିଜି ।  ଲୋକଙ୍କ ସମାଗମ ହେଉଥିବା ମଲ୍ ଓ ମଲ୍ଟିପ୍ଲେକ୍ସ ଗୁଡ଼ିକରେ ଅଗ୍ନି ନିରାପତ୍ତା ପ୍ରସ୍ତୁତିକୁ ମଜଭୁତ କରିବାକୁ ଅଗ୍ନିଶମ ଡିଜି ନିର୍ଦେଶ ଦେଇଛନ୍ତି ।

ସୁରକ୍ଷା ନିୟମଗୁଡ଼ିକୁ କଡ଼ାକଡ଼ି ପାଳନ ସୁନିଶ୍ଚିତ କରିବା ପାଇଁ କହିଛନ୍ତି ।  ମଲ୍ କର୍ମଚାରୀଙ୍କ ସହ ବାଧ୍ୟତାମୂଳକ ଅଗ୍ନି ନିରାପତ୍ତା ଅଭ୍ୟାସ, ବାଧ୍ୟତାମୂଳକ ଫାୟାର ସେଫଟି ସାର୍ଟିଫିକେଟ୍ ଆବେଦନ ଏବଂ ଜରୁରୀକାଳୀନ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତି ଉପରେ ବିସ୍ତୃତ ଆଲୋଚନା କରାଯାଇଛି ।

Leave A Reply

Your email address will not be published.