
ଯାଜପୁର ଟାଉନ : ଏଏସଆଇଙ୍କୁ ଥାନା ଅଧିକାରୀ ଚାପୁଡ଼ା ମାରିବା ଅଭିଯୋଗ । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନେଲେ ଯାଜପୁର ଏସପି । ଯାଜପୁର ଅଳକୁଣ୍ଡ ଥାନାରେ ଏଏସଆଇଙ୍କୁ ଥାନା ଅଧିକାରୀ ଚାପୁଡ଼ା ମାରିବା ନେଇ SDPOଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ସମ୍ପୃକ୍ତ ଏଏସଆଇ । ବାସୁଦେବପୁର ଗାଁର ଜଣେ ମହିଳା ଓ ବଡ଼ଚଣା ଥାନା ଅଂଚଳର ଜଣେ ଯୁବକଙ୍କ ମଧ୍ୟରେ କିଛିଦିନ ପୂର୍ବେ ଏକ ବିବାଦ ହୋଇଥିଲା ।
ଏହି ବିବାଦରେ ଚାର୍ଜସିଟ ଲେଖାକୁ ନେଇ ASI ପ୍ରକାଶ କୁମାର ସିଂହଙ୍କୁ ଥାନା ଅଧିକାରୀ ଦେବାଶିଷ ଶତପଥୀ ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ଯାଜପୁର SDPO ପ୍ରଶାନ୍ତ କୁମାର ମାଝୀ ଅଳକୁଣ୍ଡ ଥାନାରେ ପହଁଚି ଥାନାର ସିସିଟିଭି ଚେକ କରିଥିଲେ । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଯାଜପୁର ଏସପି । ଉଭୟ IIC ଓ ASIଙ୍କୁ ଯାଜପୁର ପାଣିକୋଇଲି ସ୍ଥିତ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରି ତଦନ୍ତ ଜାରି ରଖିଛନ୍ତି ।