କେନ୍ଦ୍ର ସମବାୟ ବ୍ୟାଙ୍କ ଓଡ଼ଗାଁ ଶାଖା ସ୍ଥାନାନ୍ତର: ନୂତନ କାର୍ଯ୍ୟାଳୟକୁ ଜିଲ୍ଲାପାଳ ଉଦ୍ଘାଟନ କଲେ

add-all


ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖା ଓଡ଼ଗାଁ ସହରର ସନ୍ତୋଷୀମା ମନ୍ଦିର ନିକଟକୁ ସ୍ଥାନାନ୍ତରିତ ହୋଇଛି ।ଏହି ନୂତନ କାର୍ଯ୍ୟାଳୟକୁ ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ଉକ୍ତ ବ୍ୟାଙ୍କ ଶାଖା ଦୀର୍ଘ ଦିନ ଧରି ଓଡ଼ଗାଁ ଲକ୍ଷ୍ମୀ ବଜାର ଛକ ରାଧାକାନ୍ତ ବାଳିକା ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ କାର୍ଯ୍ୟ କରୁଥିଲା ।

ଏହି ଉଦ୍ଘାଟନ କାର୍ଯ୍ୟକ୍ରମରେ ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ନୟାଗଡ଼ ଜିଲ୍ଲା ସମବାୟ ବ୍ୟାଙ୍କ ସମ୍ପାଦକ ଅଜୟ କୁମାର ପଟ୍ଟନାୟକ, ନୟାଗଡ଼ ସମବାୟ ସମିତି ସମୂହ ଉପନିବନ୍ଧକ ଅନନ୍ତ କୁମାର ନାୟକ, ସମବାୟ ବ୍ୟାଙ୍କ ସହକାରୀ ସାଧାରଣ ପରିଚାଳକ ସରୋଜ କୁମାର ସାହାଣୀ ଏବଂ ଓଡ଼ଗାଁ ବ୍ୟାଙ୍କ ଶାଖା ଅନ୍ତର୍ଗତ ସମବାୟ ସମିତି ସମ୍ପାଦକ ମାନେ ଯୋଗ ଦେଇଥିଲେ ।ଏହି ଶାଖା ସ୍ଥାନାନ୍ତରିତ କାର୍ଯ୍ୟ ରେଜିଷ୍ଟର କୋପରେଟିଭ ସମବାୟ ଭୁବନେଶ୍ୱର ସ୍ଵୀକୃତି ପରେ ହୋଇଛି ବୋଲି ଜଣାପଡିଛି ।ତେବେ ଏକ ମାସ ମଧ୍ୟରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଏବଂ ନାବାର୍ଡ ବ୍ୟାଙ୍କ ଶାଖା ସ୍ଥାନାନ୍ତର ସମ୍ପର୍କରେ ସୂଚନା ପ୍ରଦାନ କରାଯିବ ବୋଲି କେନ୍ଦ୍ର ବ୍ୟାଙ୍କ ସମ୍ପାଦକ କହିଥିଲେ ।

ad-week
Leave A Reply

Your email address will not be published.