
ଭୁବନେଶ୍ୱର : ରାଜଧାନୀରେ ହାଇପ୍ରୋଫାଇଲ ବନ୍ଧୁକ ଚାଲାଣ ରାକେଟ । କାର୍ ଭିତରୁ ଜବତ ହେଲା ୧୧ ମାଉଜର । ଭୁବନେଶ୍ବର ଖଣ୍ଡଗିରି ଅଞ୍ଚଳରୁ ଜବତ କଲା ସ୍ପେଶାଲ କ୍ରାଇମ ୟୁନିଟ । ଏକ କାର୍ ଯୋଗେ ବନ୍ଧୁକ ବିହାରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା । ଏ ସଂପର୍କରେ ଗୁଇନ୍ଦା ସୁତ୍ରରୁ ଖବର ପାଇ ଚଢାଉ କରିଥିଲା କମିଶନରେଟ୍ ପୋଲିସ । ପୋଲିସକୁ ଦେଖି ଚମ୍ପଟ ମାରିବାକୁ ଉଦ୍ୟମ କରୁଥିଲା କାର୍ । ହେଲେ ଉକ୍ତ କାରର ପିଛା କରି ପୋଲିସ ଶେଷରେ କାବୁ କରିଥିଲା । ୨ ଜଣ ବନ୍ଧୁକ ବେପାରୀଙ୍କୁ ଗିରଫ କରି ପଚରାଉଚରା ଜାରି ରହିଛି । ଏହି କାରବାରରେ ଆଉ କିଏ କିଏ ସାମିଲ ଅଛନ୍ତି ସେନେଇ ଛାନଭିନ୍ ଜାରି ରଖିଛି କମିଶନରେଟ ପୋଲିସ ।