
ବଣାଇ : ଟ୍ରଲରରେ ପିଟି ହେଲା ବାଇକ । ଚାଲିଗଲା ଦୁଇଜଣଙ୍କ ଜୀବନ । ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ୧୪୩ ନମ୍ବର ଜାତୀୟ ରାଜପର ଲୁଥୁର୍ବା ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମୃତକ ହେଲେ ଟିକ୍ରାପୋଷ ଗାଁର ଯଶକେତନ କିଶାନ ଓ ଲଖି କିଶାନ। ଦୁଇଜଣ ବାଇକରେ ହାଟକୁ ଗଲା ବେଳେ ଏକ ଟ୍ରେଲରକୁ ଧକ୍କା ଦେଇଥିଲେ । ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ଲହୁଣୀପଡା ଥାନା ପୋଲିସ ।