ଫସି ରହିଥିବା ବିମାନ ଯାତ୍ରୀଙ୍କୁ ସହାୟତାର ହାତ ବଢାଇଲା ରେଲୱ, ବିଭିନ୍ନ ରୁଟରେ ୧୧୬ କୋଚ ବଢିଲା

youtube

ନୂଆଦିଲ୍ଲୀ: ବିମାନ ଯାତ୍ରୀଙ୍କୁ ସହାୟତାର ହାତ ବଢାଇଲା ରେଲୱ । ଇଣ୍ଡିଗୋ ବିମାନ ବାତିଲ ଯୋଗୁଁ ଫସି ରହିଥିବା ଯାତ୍ରୀଙ୍କ ସହାୟତା ପାଇଁ ବିଭିନ୍ନ ରୁଟରେ ଚଳାଚଳ କରୁଥିବା ଯାତ୍ରୀବାହୀ ରେଳଗାଡିଗୁଡିକର ୧୧୬ଟି ଅତିରିକ୍ତ କୋଚ ଲଗାଇଛି ଭାରତୀୟ ରେଳବାଇ। ଦେଶର ବିଭିନ୍ନ ଜୋନରେ ଚାଲୁଥିବା ୩୭ଟି ଟ୍ରେନରେ ଏହି କୋଚଗୁଡିକ ଲଗାଯାଇଛି ।

ସେହିପରି ବିମାନ ବାତିଲ ଯୋଗୁଁ ଟ୍ରେନଗୁଡିକରେ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇଛି ।  ତେଣୁ ଉତ୍ତର ରେଳବାଇ ପକ୍ଷରୁ ୫ଟି ସ୍ୱତନ୍ତ୍ର ଟ୍ରେନ ଚଲାଇବାକୁ ନିଷ୍ପତ୍ତି ହୋଇଛି ।  ଯୋଡା ଯାଉଥିବା ଅତିରିକ୍ତ କୋଚଗୁଡିକ ମଧ୍ୟରେ ସ୍ଲିପର, ଏସି ଚେୟାର କାର, ସାଧାରଣ ବଗି ରହିଛି ।  ଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି ଆଶା କରାଯାଉଛି  ।   ତେବେ ଯଦି ଏହି ସମସ୍ୟା ଲାଗି ରହେ ତେବେ ରେଲୱେ ପକ୍ଷରୁ ଅଧିକ ଅତିରିକ୍ତ କୋଚ ଲଗାଯିବା ସହ ବିଭିନ୍ନ ରୁଟରେ ସ୍ୱତନ୍ତ୍ର ଟ୍ରେନ ଚଳାଚଳ ଆରମ୍ଭ ହେବ ବୋଲି କୁହାଯାଇଛି ।

Leave A Reply

Your email address will not be published.