ହାଇଦ୍ରାବାଦ ବିମାନବନ୍ଦରକୁ ପୁଣି ବୋମା ଧମକ

youtube

ହାଇଦ୍ରାବାଦ : ତେଲେଙ୍ଗାନାର ହାଇଦ୍ରାବାଦ ରାଜୀବ ଗାନ୍ଧୀ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରକୁ ପୁଣି ବୋମା ଧମକ । ଆଜି ଦୁଇଟି ଅଲଗା ଅଲଗା ବିମାନ ବନ୍ଦରକୁ ଇମେଲରେ ଧମକ ମିଳିଛି । ଏହି ଧମକ ଏୟାରପୋର୍ଟର କଷ୍ଟମର ସପୋର୍ଟ ଆଇଡିକୁ ମିଳିଥିଲା ।

ସୂଚନାନୁଯାୟୀ, ଆଜି ଲଣ୍ଡନର ହିଥ୍ରୋ ବିମାନବନ୍ଦରରୁ ହାଇଦ୍ରାବାଦ ଯାଉଥିବା ବିମାନ BA277କୁ ବୋମା ଧମକ ମିଳିଥିଲା ବୋଲି ବିମାନବନ୍ଦର ପକ୍ଷରୁ ସୂଚନା ଦିଆଯାଇଛି । କିନ୍ତୁ ୫ଟା ୨୫ ମିନିଟରେ ହାଇଦ୍ରାବାଦରେ ପହଞ୍ଚିବା ପରେ ଏହା ସୁରକ୍ଷିତ ଭାବରେ ଲ୍ୟାଣ୍ଡିଂ କରିଥିଲା । କୁୱେତରୁ ହାଇଦ୍ରାବାଦ ଆସୁଥିବା ଆଉ ଏକ ବିମାନ KU 373କୁ ମଧ୍ୟ ବୋମା ଧମକ ମିଳିଥିଲା । ହେଲେ ଏହି ବିମାନଟି କୁୱେତରେ ଏମରଜେନ୍ସି ଲ୍ୟାଣ୍ଡିଂ କରିଥିଲା । ସୁରକ୍ଷିତ ଭାବେ ଲ୍ୟାଣ୍ଡିଂ କରିବା ପରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି ।

ଅନ୍ୟପଟେ ଏହି ଭଳି ଭାବେ ଗତକାଲି କଷ୍ଟମର ସପୋର୍ଟ ଆଇଡିକୁ ମଧ୍ୟ ଧମକ ମିଳିଥିଲା । ଯାହା ଦିଲ୍ଲୀରୁ ହାଇଦ୍ରାବାଦ ଯାଉଥିଲା । ରାତି ୮ଟା ୪୫ ମିନିଟରେ ସୁରକ୍ଷିତ ଭାବେ ଏୟାରପୋର୍ଟରେ ଲ୍ୟାଣ୍ଡିଂ କରିଥିଲା ।

Leave A Reply

Your email address will not be published.