ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ହୁମାୟୁନ କବିର

add-all

ନୂଆଦିଲ୍ଲୀ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଶନିବାର ଏହି ଶିଳାନ୍ୟାସ କାର୍ଯ୍ୟକ୍ରମ ହୋଇଛି। ଏ ନେଇ ଆୟୋଜିତ ଏକ କାର୍ଯ୍ୟକ୍ରମରେ ହଜାର ହଜାର ମୁସଲମାନ ଯୋଗଦେଇଥିଲେ। ନାରା-ଏ-ଦକବୀର, ଆଲ୍ଲାହୁ ଅକବର ନାରାରେ ଅଞ୍ଚଳ କମ୍ପି ଉଠିଥିଲା। ମଞ୍ଚରେ ରିବନ ଫିତା କାଟି ହୁମାୟୁନ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି ଅବସରରେ ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା।

ଅନ୍ୟପଟେ ଏହି କାର୍ଯ୍ୟକ୍ରମକୁ ବିଫଳ କରିବା ଲାଗି ଷଡ଼ଯନ୍ତ୍ର କରାଯାଇଥିଲା ବୋଲି ହୁମାୟୁନ କହିଛନ୍ତି। କିନ୍ତୁ ହଜାର ହଜାର ଲୋକ ଏକାଠି ହେବାରୁ ଷଡ଼ଯନ୍ତ୍ରକାରୀ ନିଜ ଉଦ୍ୟମରେ ସଫଳ ହୋଇପାରି ନ ଥିଲେ।

ନିକଟରେ ହୁମାୟୁନ କହିଥିଲେ ଯେ ସେ ବେଲଡାଙ୍ଗରେ ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। କୌଣସି ଶକ୍ତି ତାଙ୍କୁ ଅଟକାଇପାରିବ ନାହିଁ। କଲକାତା ହାଇକୋର୍ଟଙ୍କ ଆଦେଶ ଅନୁସାରେ ସେ କାର୍ଯ୍ୟ କରିବେ। ବେଲଡାଙ୍ଗରେ କେବଳ ମସଜିତ ହେବନାହିଁ, ସେଠାରେ ଏକ ହସ୍ପିଟାଲ ଏବଂ ଶିକ୍ଷାନୁଷ୍ଠାନ ବି ନିର୍ମାଣ କରାଯିବ।

ଶନିବାର ଅନୁଷ୍ଠିତ ଶିଳାନ୍ୟାସ କାର୍ଯ୍ୟକ୍ରମରେ ୪୦ ହଜାର ଲୋକଙ୍କ ପାଇଁ ବିରିୟାନୀ ପ୍ରସ୍ତୁତ ହୋଇଥିଲା। ଖାଦ୍ୟ ପାଇଁ ୩୦ ଲକ୍ଷ ଟଙ୍କାର ବିଲ୍‌ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ହୁମାୟୁନ ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ଲାଗି ଘୋଷଣା କରିବା ପରେ ଟିଏମସିରୁ ତାଙ୍କୁ ବିଦା କରାଯାଇଥିଲା। 

ad-week
Leave A Reply

Your email address will not be published.