ଟ୍ରମ୍ପଙ୍କୁ ନୂତନ ଫିଫା ଶାନ୍ତି ପୁରସ୍କାର

youtube

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ ଫିଫା ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଛି । ନୋବେଲ୍ ଶାନ୍ତି ପୁରସ୍କାର ପାଇଁ ଖୋଲାଖୋଲି ପ୍ରଚାର କରିଥିବାରୁ ଟ୍ରମ୍ପଙ୍କୁ ନୂତନ ଭାବରେ ଗଢା ହୋଇଥିବା ଫିଫା ପୁରସ୍କାର ଜିତିବା ପାଇଁ ଚୟନ କରାଯାଇଥିଲା । ଫିଫା ଦେଇଥିବା ସୂଚନା ଅନୁସାରେ ଗାଜାରେ ଯୁଦ୍ଧବିରତି ପାଇଁ ଟ୍ରମ୍ପଙ୍କ ପ୍ରୟାସ ପାଇଁ ସେ ନୋବେଲ ପାଇବା ଉଚିତ ।

ଟ୍ରମ୍ପଙ୍କୁ  ପୁରସ୍କାର ପ୍ରଦାନ କରି ଫିଫା ସଭାପତି ଇନଫାଣ୍ଟିନୋ କହିଥିଲେ ଯେ , ତୁମ ପାଇଁ ଏହା ଏକ ସୁନ୍ଦର ପଦକ ଯାହାକୁ ତୁମେ ଯେଉଁଠାକୁ ଯିବ ପିନ୍ଧି ପିନ୍ଧି ଯାଇ ପାରିବ । ପଦକ ସହ ଟ୍ରମ୍ପଙ୍କ ନାମ ଥିବା ଏକ ସୁନା ଟ୍ରଫି ମଧ୍ୟ ପ୍ରଦାନ କରାଯାଇଥିଲା । ଟ୍ରଫି ପ୍ରଦାନ ପରେ ଏହା ହେଉଛି ତୁମର ଶାନ୍ତି ପୁରସ୍କାର ବୋଲି କହିଥିଲେ ଫିଫା ସଭାପତି ।

ପୁରସ୍କାର ପାଇବା ପରେ ଟ୍ରମ୍ପ ତାଙ୍କ ପରିବାରକୁ ଧନ୍ୟବାଦ ଜଣାଇଥିଲେ । ତାଙ୍କ ପତ୍ନୀଙ୍କ ସମେତ ଅନ୍ୟ ଦୁଇ ଆୟୋଜକ ରାଷ୍ଟ୍ର କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନି ଏବଂ ମେକ୍ସିକୋ ରାଷ୍ଟ୍ରପତି କ୍ଲାଉଡିଆ ସେନବାଉମଙ୍କୁ ପ୍ରଶଂସା କରିଥିଲେ ଟ୍ରମ୍ପ । ଟ୍ରମ୍ପ କହିଥିଲେ, ଏହା ପ୍ରକୃତରେ ମୋ ଜୀବନର ଏକ ମହାନ ସମ୍ମାନ

Leave A Reply

Your email address will not be published.