କାଲି ରାତି ୮ଟା ସୁଦ୍ଧା ଯାତ୍ରୀଙ୍କୁ ଟଙ୍କା ଫେରସ୍ତ କରିବାକୁ ଇଣ୍ଡିଗୋକୁ ସରକାରଙ୍କ ନିର୍ଦ୍ଦେଶ

add-all

ନୂଆଦିଲ୍ଲୀ : କାଲି ସୁଦ୍ଧା ଟଙ୍କା ଫେରସ୍ତ ପାଇଁ ଇଣ୍ଡିଗୋକୁ ନିର୍ଦ୍ଦେଶ । ଯାତ୍ରୀମାନଙ୍କର ସମସ୍ତ ବକେୟା ଟଙ୍କା ତୁରନ୍ତ ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ । ଗତକାଲି ଅର୍ଥାତ୍ ଡିସେମ୍ବର ୭ ରାତି ୮ଟା ସୁଦ୍ଧା ଟଙ୍କା ଫେରସ୍ତ ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ । ବିମାନ ବାତିଲ ଯୋଗୁଁ ଯେଉଁ ଯାତ୍ରୀମାନଙ୍କ ଯାତ୍ରା ପ୍ରଭାବିତ ହୋଇଛି, ସେମାନଙ୍କ ଠାରୁ ଟିକେଟ୍ ତାରିଖ ପରିବର୍ତ୍ତନ ପାଇଁ କୌଣସି ଅତିରିକ୍ତ ଶୁଳ୍କ ଆଦାୟ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ଏଥିରେ କୌଣସି ବିଳମ୍ବ ହୁଏ କିମ୍ବା ନିୟମ ପାଳନ କରା ନଯାଏ, ତେବେ କମ୍ପାନୀ ବିରୋଧରେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ସରକାର ଘରୋଇ ବିମାନ ଯାତ୍ରା ପାଇଁ ସର୍ବାଧିକ ଭଡ଼ା ସୀମା ଲାଗୁ କରିଛନ୍ତି । ଯାହା ୫୦୦ କି.ମି.କୁ ୭୫୦୦ ଟଙ୍କା, ୫୦୦-୧୦୦୦ କି.ମି. ମଧ୍ୟରେ ୧୨,୦୦୦ଟଙ୍କା , ୧୦୦୦-୧୫୦୦ କିଲୋମିଟର ପାଇଁ ୧୫,୦୦୦ ଟଙ୍କା ଏବଂ ୧୫୦୦ କିଲୋମିଟରରୁ ଅଧିକ ଦୂରତା ପାଇଁ ୧୮,୦୦୦ ଟଙ୍କାରୁ ଅଧିକ ହୋଇପାରିବ ନାହିଁ ।

ଆଜି ୫୦୦ ଇଣ୍ଡିଗୋ ଫ୍ଲାଇଟ୍ କ୍ୟାନସେଲ ହୋଇଛି । ଏପଟେ ଇଣ୍ଡିଗୋ ସଂକଟ ବେଳେ ଅନ୍ୟ ଏୟାରଲାଇନ୍ସ ଫାଇଦା ନେଉଛନ୍ତି । ବିମାନ ଭଡ଼ା ଆକାଶଛୁଆଁ କରିଛନ୍ତି । ୫ ହଜାର ଟଙ୍କାର ଟିକେଟ ୫୦-୬୦ ହଜାରରୁ ଅଧିକରେ ବିକ୍ରି କରୁଛନ୍ତି । ତେଣୁ ଏଥିରେ ହସ୍ତକ୍ଷେପ କରିଛି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ । ଉଚିତ ଦର ନେବାକୁ ଅନ୍ୟ ଏୟାରଲାଇନ୍ସଗୁଡ଼ିକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ସରକାର ।  ଚଢ଼ା ଦାମ ନନେବାକୁ ତାଗିଦ କରିଛନ୍ତି । ଦର ବଢ଼ାଇଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ଦିଆଯାଇଛି ।

ad-week
Leave A Reply

Your email address will not be published.