
ଲହୁଣୀପଡା : ଲହୁଣୀପଡ଼ା ଥାନା ଅନ୍ତର୍ଗତ ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ନିକଟରେ ଆଜି ଘଟିଛି ଏକ ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଦ୍ରୁତଗତି ଟ୍ରଲର ଧକ୍କାରେ ଦୁଇଜଣ ବାଇକ୍ ଆରୋହୀ ଘଟଣାସ୍ଥଳରେ ପ୍ରାଣ ହାରାଇଛନ୍ତି।
ସୂଚନା ଅନୁସାରେ, ଟ୍ରଲରଟି ଦୃତ ଗତିରେ ଆସି ଓ ଆର ୧୪ କେ ୩୦୪୭ ବାଇକ୍କୁ ସିଧାସଳଖ ଧକ୍କା ଦେଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ଦୁଇ ବାଇକ୍ ଆରୋହୀ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ। ଚିକିତ୍ସା ସହାୟତା ପହଞ୍ଚିବା ପୂର୍ବରୁ ଉଭୟଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି।
ଦୁର୍ଘଟଣା ଖବର ପାଇ ଲହୁଣୀପଡ଼ା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଟ୍ରଲର ଡ୍ରାଇଭରକୁ ଅଟକ ରଖି ପଚାରାଉଚରା ଆରମ୍ଭ କରିଛି। ଦୁର୍ଘଟଣାରେ ଜଡିତ ଓଡ଼ି ୦୨ ସି ଏଫ ୨୯୬୯ ଟ୍ରଲରଟିକୁ ମଧ୍ୟ ଜବତ କରାଯାଇଛି।
ମୃତକ ଦୁଇଜଣ ହେଲେ ବଣାଇ ଥାନା ଅନ୍ତର୍ଗତ ଟିକିରା ପୋଷ ଗ୍ରାମ ର ଝସକେତନ କିଷାନ (୪୦) ଓ ଲଷ୍ମୀଧର କିଷାନ (39)
ମୃତଦେହକୁ ପୋଷ୍ଟମର୍ଟମ୍ ପାଇଁ ପଠାଯାଇଥିବା ବେଳେ, ତଦନ୍ତ ଜାରି ରହିଛି। ଏହି ଦୁର୍ଘଟଣା ପରେ ୧୪୩ ନମ୍ୱର୍ ଜାତୀୟ ରାଜପଥରେ ବଢ଼ୁଥିବା ଦ୍ରୁତ ଗାଡ଼ି ଚଳାଚଳକୁ ନେଇ ପୁନର୍ବାର ପ୍ରଶ୍ନ ଉଠୁଛି।