ମହାବିଦ୍ୟାଳୟରେ 53 ତମ କ୍ରୀଡା ଉତ୍ସବ ଉଦଯାପିତ

add-all

ବଣାଇ : ବଣାଇ ଗଡ଼ ମହା ବିଦ୍ୟାଳୟ ପରିସରରେ ଠାରେ 53 ତମ ବାର୍ଷିକ କ୍ରୀଡା ଉତ୍ସବ ଅଧ୍ୟକ୍ଷ ଡ଼ଃ ଜେନାମଣି ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବଣାଇ ସହକାରୀ ବନ ସରଂକ୍ଷକ ରବିକାନ୍ତ ମିନା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ବିଜୟ ବେହେରା, ଅଧ୍ୟାପକ ଡ଼ଃ ପ୍ରେମ ସାଗର ମାହାନ୍ତ, ଅଧ୍ୟାପିକା ଲିପିକା ପ୍ରଧାନ, ସାମ୍ବାଦିକ ପ୍ରଦୀପ କୁମାର ସାହୁ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ I ଏହି କ୍ରୀଡା ଉତ୍ସବ ଦୁଇ ଦିନ ଧରି ମହା ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ମହା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା l

ଖେଳରେ କୃତି ଛାତ୍ର ଛାତ୍ରୀଙ୍କୁ ମଞ୍ଚାସିନ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରା ଯାଇଥିଲା l ଉଦଯାପିତ ଦିବସରେ ବ୍ୟବହୁତ ମଶାଲ ଜ୍ୟୋତିକୁ ବୁଜାଇ ଥିଲେ ଓ ବ୍ୟବହୁତ କ୍ରୀଡା ଝଣ୍ଡାକୁ ଅବତରଣ କରି ସମାପ୍ତ କରିଥିଲେ l ଏହି କ୍ରୀଡା କାର୍ଯ୍ୟକ୍ରମକୁ ପରିଚାଳନା କରିବା ପାଇଁ ମହା ବିଦ୍ୟାଳୟର ପରୀକ୍ଷାଗାର ସହାୟକ ବଜରଂଗୀ ଯାଦବ, ବିଜୟ ଦେହୁରୀ, ମହେଶ ମାହାନ୍ତ ଉପସ୍ଥିତ ରହି ପରିଚାଳନା କରି ଥିଲେ l କ୍ରୀଡା ଉତ୍ସବରେ ମହା ବିଦ୍ୟାଳୟର ଅଧ୍ୟାପକ ଅଧ୍ୟପିକା, କର୍ମଚାରୀ ଓ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ l ଅଧ୍ୟାପକ ଜୟନ୍ତ ବେହେରା କ୍ରୀଡାର ମଞ୍ଚ ପରିଚାଳନା କରିଥିଲେ l

ad-week
Leave A Reply

Your email address will not be published.