ଯନ୍ତ୍ରୀ ପଞ୍ଚାୟତରେ ଚିତ୍ରକୋଣ୍ଡା ବିଧାୟକଙ୍କ ସମୀକ୍ଷା ବୈଠକ: ବର୍ଷାଜନିତ କ୍ଷୟକ୍ଷତି ନେଇ ଆଲୋଚନା

ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଯନ୍ତ୍ରୀ ପଞ୍ଚାୟତ ସଭାଗୃହରେ ବିଧାୟକ ମଙ୍ଗୁ ଖିଲଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।

ସାମ୍ଭାବ୍ୟ ଘୂର୍ଣ୍ଣିଝଡ଼ ‘ଅର୍ଣ୍ଣବ’ ପ୍ରଭାବରେ ଗତ ତିନି ଦିନ ଧରି ଲାଗିରହିଥିବା ଲଗାଣ ବର୍ଷା ଯୋଗୁଁ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏହି ବୈଠକରେ ବର୍ଷାଜନିତ କ୍ଷୟକ୍ଷତିର ବିସ୍ତୃତ ତଥ୍ୟ ସଂଗ୍ରହ କରାଯାଇଥିଲା। ବର୍ଷା ଯୋଗୁଁ ବହୁ ଚାଷଜମିରେ ବାଲିଚର ମାଡ଼ିଯିବା ସହ ଅନେକ ଲୋକଙ୍କ ଘରଦ୍ୱାର ଭାଙ୍ଗି ନଷ୍ଟ ହୋଇଯାଇଥିବା ନେଇ ପଞ୍ଚାୟତର ବିଭିନ୍ନ ଗ୍ରାମବାସୀ ବିଧାୟକଙ୍କ ନିକଟରେ ଅଭିଯୋଗ କରିଥିଲେ।

ଲୋକଙ୍କ ସମସ୍ୟା ଶୁଣିବା ପରେ କ୍ଷୟକ୍ଷତିର ସଠିକ୍ ଆକଳନ ସହ ତୁରନ୍ତ ସମାଧାନ ଏବଂ ସହାୟତା ଯୋଗାଇଦେବା ପାଇଁ ବିଧାୟକ ଶ୍ରୀ ଖିଲ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରି ନିର୍ଦ୍ଦେଶ ଦେଇଥିଲେ।

ଏହି ବୈଠକରେ ବିଧାୟକ ପ୍ରତିନିଧି ବିଦେଶୀ ଗୌଡ଼, ଓଡ଼ିଶା ପ୍ରଦେଶ କଂଗ୍ରେସ ସାଧାରଣ ସମ୍ପାଦକ ଗୋବିନ୍ଦ ପାତ୍ର, ଯନ୍ତ୍ରୀ ସରପଞ୍ଚ ଦନାଇ ଗୋଲରି, ସମିତି ସଭ୍ୟ ସାଧବ ଗୋଲରି, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ) ସୁଧାଂଶୁ ନାୟକ, ଜିଆରଏସ୍ ବିପୁଳ ପାଲ୍‌ଙ୍କ ସମେତ ସ୍ଥାନୀୟ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.