ଜଳବାୟୁ ସୁରକ୍ଷା ପରିଷଦ ତରଫରୁ ଆରୋଗ୍ୟ ମିତ୍ର ଯୋଗାଭ୍ୟାସ ଶିବିର

add-all

ବଣାଇ : ବଣାଇ ସାମ୍ବାଦିକ ଭବନ ଠାରେ ଜଳବାୟୁ ସୁରକ୍ଷା ପରିଷଦ ତରଫରୁ ଆରୋଗ୍ୟ ମିତ୍ର ନିଯୁକ୍ତି ଓ ଯୋଗାଭ୍ୟାସ ନିମନ୍ତେ ତଲିମ ଶିବିରର ବ୍ଲକ ସଂଯୋଜକ ଜୟନ୍ତ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା l ମୁଖ୍ୟ ଅତିଥି ଭାବରେ ରାଜ୍ୟ ଜଳବାୟୁ ସୁରକ୍ଷା ପରିଷଦର ଅବାହକ ଜ୍ଞାନ ରଞ୍ଜନ ସ୍ୱାଇଁ ଯୋଗ ଦେଇଥିବା ବେଳେ ମୁଖ୍ୟ ବ୍ୟକ୍ତା ଭାବେ ବିପିନ କୁମାର ଭୋଏ, ସମ୍ମାନିତ ଅତିଥି ଭାବରେ ଲକ୍ଷ୍ମୀ ନାରାୟଣ ସାହୁ, କାଞ୍ଚନ ପାତ୍ର, ସାମ୍ବାଦିକ ପ୍ରଦୀପ କୁମାର ସାହୁ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଶିବିରକୁ ଉଦଘାଟନ କରିଥିଲେ l ବଣାଇ ବ୍ଲକ, ଗୁରୁଣ୍ଡିଆ ବ୍ଲକ, କୋଇଡା ବ୍ଲକ ଓ ଲହୁଣୀ ପଡା ବ୍ଲକରୁ 45 ଜଣ ପୁରୁଷ ଓ ମହିଳା ଶିବିରରେ ଯୋଗଦେଇ ଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଯୋଗ ଶିକ୍ଷକ ଲୋଟନ ମାଝୀ, ଆୟୁର୍ବେଦ ଡାକ୍ତର ସୁରେନ୍ଦ୍ର କୁମାର ମୁଣ୍ଡା, ଦୁଷ୍ମନ୍ତ ସାହୁ, ସୁନୀଲ ମାହାନ୍ତ, ରଶ୍ମିତା ନାଏକ ପ୍ରମୁଖ ଯୋଗ ଦେଇ ସହଯୋଗ କରିଥିଲେ l ଶେଷରେ ଗୁରୁଣ୍ଡିଆ ବ୍ଲକ ସଂଯୋଜକ ସୁନୀଲ ଦଣ୍ଡସେନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

ad-week
Leave A Reply

Your email address will not be published.