କୂଅରୁ ହାତୀ ଛୁଆ ଉଦ୍ଧାର

youtube

ଅନୁଗୁଳ : ଅନୁଗୁଳରେ ଅପରେସନ ଗଜରାଜ । ଏକ ଘଣ୍ଟା ପରେ କୂଅରୁ ଉଦ୍ଧାର ହେଲା ହାତୀ । ବଅଁରପାଳ ବ୍ଲକ ନରେନ୍ଦ୍ରପୁର ଗାଁର ଏକ ପରିତ୍ୟକ୍ତ କୂଅରୁ ୮ବର୍ଷରୁ ହାତୀ ଛୁଆ ଉଦ୍ଧାର ହୋଇଛି । ହାତୀଟି ଗାଁ ଭିତରକୁ ଆସି କୂଅରେ ଫସିଯାଇଥିଲା ।

ଖବର ପାଇ ଘଟଣାସ୍ଥଳରେ ପହଂଚିଥିଲେ ବନବିଭାଗ କର୍ମଚାରୀ । ପରେ ଜେସିବି ସାହାଯ୍ୟରେ ହାତୀକୁ ଉଦ୍ଧାର କରାଯାଇଛି । ହାତୀ ଗାଁରେ ପଶୁଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ ଗ୍ରାମବାସୀ । କିଛି ସମୟ ପାଇଁ ଗାଁରେ ଉତ୍ତେଜନା ଦେଖାଦେଇଥିଲା ।

Leave A Reply

Your email address will not be published.