ଭୀମ ଭୋଇ ଭିନ୍ନକ୍ଷମ ସାମ୍ୟର୍ଥ ଶିବିର…

add-all


କୋଟପାଡ଼ :କୋରାପୁଟ ଜ଼ିଲ୍ଲା ପ୍ରଶାସନ ଦ୍ୱାରା କୋଟପାଡ଼ ବ୍ଲକ କାର୍ଯ୍ୟାଳୟ ପରିସରରେ ଭୀମ ଭୋଇ ଭିନ୍ନକ୍ଷମ ସାମ୍ୟର୍ଥ ଶିବିର ଆୟୋଜିତ ହୋଇଯାଇଛି l ଶିବିରକୁ କୋଟପାଡ଼ ବ୍ଲକ ଅଧ୍ୟକ୍ଷା କମଳା ଭତ୍ରା ଉପାଧ୍ୟକ୍ଷ ତପନ କୁମାର ପାଣିଗ୍ରାହୀଙ୍କ ଦ୍ୱାରା ଉଦଘାଟନ କରାଯାଇଥିବା ବେଳେ ସତର ଗୋଟି ପଞ୍ଚାୟତରୁ ଏବଂ କୋଟପାଡ଼ ପରିଷଦ ଅଞ୍ଚଳରୁ ବହୂସଂଖ୍ୟକ ଭିନ୍ନକ୍ଷମ, ଦିବ୍ୟାଙ୍ଗ ମହିଳା ପୁରୁଷ, ଶିଶୁ ପହଂଚି ଶିବିରରେ ଚିକିତ୍ସା ପାଇଁ ପ୍ରମାଣ ପତ୍ର ପ୍ରାପ୍ତ କରିଛନ୍ତି l ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟର

ବିଶେଷଜ୍ଞମାନେ ସ୍ୱାସ୍ଥ୍ୟ ପରୀକ୍ଷା କରି ମାନସିକ ଦିବ୍ୟାଙ୍ଗ 97 ଜଣ, ଚକ୍ଷୁ ରୋଗ ପାଇଁ 73,ସିକେଲସେଲ (ଶିକଲିଙ୍ଗ )91,
ଅସ୍ଥିଶଲ୍ୟ ବିଭାଗରୁ 230,ଏହିପରି ମୋଟ 544 ଜଣଙ୍କୁ ପ୍ରମାନପତ୍ର ପ୍ରଦାନ କରାଯାଇଥିବା ସୂଚନା ମିଳିଛି l
କୋଟପାଡ଼ ବ୍ଲକର ସରପଞ୍ଚ, ସମିତି ମେମ୍ବର, ୱାର୍ଡ ମେମ୍ବର ଏବଂ ବ୍ଲକ ଅଧିକାରୀ /କର୍ମଚାରୀ ମାନେ ଶିବିର ପରିଚାଳନାରେ ସାହାର୍ଯ୍ୟ ସହଯୋଗ କରିଥିଲେ l

ad-week
Leave A Reply

Your email address will not be published.