ଭିଜିଲାନ୍ସ ଜାଲରେ ସମ୍ବଲପୁର ଫ୍ୟାକ୍ଟ୍ରିଜ୍ ଆଣ୍ଡ ବଏଲର୍ସ ବିଭାଗର ସହକାରୀ ନିର୍ଦ୍ଦେଶକ, ୭ ସ୍ଥାନରେ ଚଢ଼ାଉ

ସମ୍ବଲପୁର: ଭିଜିଲାନ୍ସ ଜାଲରେ ସହକାରୀ ନିର୍ଦ୍ଦେଶକ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ଫ୍ୟାକ୍ଟ୍ରିଜ୍ ଆଣ୍ଡ ବଏଲର୍ସ ବିଭାଗ ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟ । ସମ୍ବଲପୁର, ଭୁବନେଶ୍ୱର, ପୁରୀ ଓ ଖୋର୍ଦ୍ଧାର ଏକାକାଳୀନ ୭ଟି ସ୍ଥାନରେ ଚାଲିଛି ରେଡ୍ । ଚଢାଉ ବେଳେ ସମ୍ବଲପୁର ଧନକଉଡ଼ା ସ୍ଥିତ ସନ୍ ସିଟି ଆପାର୍ଟମେଣ୍ଟରେ ଥିବା ୩ ବିଏଚ୍ କେ ଫ୍ଲାଟ୍ , ଭୁବନେଶ୍ୱର ନନ୍ଦନକାନନ ରୋଡ୍ ସ୍ଥିତ ନନ୍ଦନ ବିହାରରେ ଥିବା ଡୁପ୍ଲେକ୍ସ , ଜଟଣୀ ନିକଟ ବରକୁଦାସ୍ଥିତ ଇଣ୍ଡସ୍ କଲେଜ୍ ଅଫ୍ ଇଞ୍ଜିନିୟରିଂ ନିକଟରେ ଥିବା ଏକ ଘର ଠାବ ହୋଇଛି ।

ପୁରୀ ବାଲିଗୁଆଳି ଅଞ୍ଚଳର ଟୋଟା ବେହେରା ସାହିରେ ମଧ୍ୟ ରହିଛି ତିନି ମହଲା କୋଠା । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସୁଭାଷ ମାର୍ଗରେ ଥିବା ଦୁଇ ମହଲା କୋଠା, ବାଲୁଗାଁ ଅଶୋକ ନଗରରେ ଥିବା ପୈତୃକ ଘର ଓ ସମ୍ବଲପୁର ଡେପୁଟି ଡାଇରେକ୍ଟର, ଫ୍ୟାକ୍ଟ୍ରିଜ୍ ଆଣ୍ଡ ବଏଲର୍ସ କାର୍ଯ୍ୟାଳୟରେ ଥିବା ତାଙ୍କ ଅଫିସ୍ ଚାମ୍ବରରେ ମଧ୍ୟ ଚାଲିଛି ଚଢାଉ। ଚଢ଼ାଉ ଶେଷ ହେବା ପରେ ଜବତ ସମ୍ପତ୍ତିର ପରିମାଣ ଓ ଅନ୍ୟାନ୍ୟ ତଥ୍ୟ ସମ୍ପର୍କରେ ଜଣାପଡିବ । ୮ ଜଣ ଡିଏସ୍ ପି, ୧୧ ଜଣ ଇନ୍ସପେକ୍ଟର, ୧୧ ଜଣ ଏଏସ୍ ଆଇ ଓ ଅନ୍ୟାନ୍ୟ କର୍ମଚାରୀ ଏହି ଚଢ଼ାଉରେ ସାମିଲ ଅଛନ୍ତି ।

ad-week
Leave A Reply

Your email address will not be published.