ପର୍ଯ୍ୟଟନ ଋତୁକୁ ଦୃଷ୍ଟିରେ ରଖି ଅଧିକ ୧୦୦ ବିମାନ ଉଡ଼ାଇବ ସ୍ପାଇସ୍ ଜେଟ୍

add-all

ନୂଆଦିଲ୍ଲୀ : ଘରୋଇ ଏୟାରଲାଇନ୍ସ ସ୍ପାଇସ୍ ଜେଟ୍‌ ଏହାର ବିମାନ ଉଡାଣ ସଂଖ୍ୟା ବୃଦ୍ଧି କରିବ ବୋଲି ବୁଧବାର ଘୋଷଣା କରିଛି। ପର୍ଯ୍ୟଟନ ଋତୁର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସ୍ପାଇସ୍ ଜେଟ୍ ଅଧିକ ୧୦୦ଟି ବିମାନ ଉଡାଣ କରିବ। ଯେଉଁସବୁ ରୁଟ୍‌ରେ ଯାତ୍ରୀଙ୍କ ଅଧିକ ଆବଶ୍ୟକତା ରହିଛି ସେହିସବୁ ରୁଟ୍‌ରେ ଏହି ବିମାନ ଉଡାଣ କରାଯିବ।
ଅନ୍ୟପଟେ ଇଣ୍ଡିଗୋ ଏୟାର ଲାଇନ୍ସ ଏହାର ବିମାନ ଉଡାଣ ସଂଖ୍ୟା ୪୦୦ରୁ ୫୦୦ କମ୍ କରିବ ବୋଲି କହିଛି। ଯାହା ସରକାରଙ୍କ ନିର୍ଦେଶ ଠାରୁ ଦୁଇଗୁଣ ଅଧିକ। ଧାର୍ଯ୍ୟ ସମୟରେ ବିମାନ ଉଡାଣରେ ଇଣ୍ଡିଗୋ ବାରମ୍ବାର ବିଫଳ ହେବା ପରେ କେନ୍ଦ୍ର ସରକାର ବିମାନ ଉଡାଣ ସଂଖ୍ୟା ୧୦% କମ୍ କରିବାକୁ ଇଣ୍ଡିଗୋକୁ ନିର୍ଦେଶ ଦେଇଥିଲେ। ଗତ ପ୍ରାୟ ଏକ ସପ୍ତାହ ହେଲା ଇଣ୍ଡିଗୋର ବିମାନ ଉଡାଣରେ ବ୍ୟାପକ ବିଶୃଙ୍ଖଳା ଲାଗି ରହିଥିଲା। ଫଳରେ ଦେଶବ୍ୟାପୀ ବିମାନ ଯାତ୍ରୀ ହନ୍ତସନ୍ତ ହୋଇଥିଲେ। ବିମାନ ଉଡାଣରେ ଏପରି ବିଶୃଙ୍ଖଳାକୁ ନେଇ ବେସାମରିକ ବିମାନ ଚଳାଚଳ ମହାନିର୍ଦେଶାଳୟ (ଡିଜିସିଏ) ବୁଧବାର ଇଣ୍ଡିଗୋ ଏୟାରଲାଇନ୍ସର ସିଇଓ ପିଟର ଏଲବର୍ସଙ୍କୁ ସମନ ଜାରି କରିଛି। ସମନରେ ପିଟରଙ୍କୁ ୧୧ ତାରିଖରେ ହାଜର ହେବାକୁ କୁହାଯାଇଛି। ଏହା ସହିତ ବିମାନ ବିଳମ୍ବ, କେତେ ବିମାନ ଚଳାଚଳ ସ୍ବାଭାବିକ ହୋଇଛି, ପାଇଲଟ୍ ଓ କର୍ମଚାରୀ ନିଯୁକ୍ତି ଯୋଜନା, ବର୍ତ୍ତମାନ କେତେ ପାଇଲଟ୍ ଓ କର୍ମଚାରୀ ଅଛନ୍ତି, କେତେ ବିମାନ ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରସ୍ତ କରାଗଲାଣି ଓ ଅନ୍ୟସବୁ ପ୍ରକ୍ରିୟା କେତେ ଦୂର ହୋଇଛି ଏ ସବୁ ତଥ୍ୟ ଦେବାକୁ ଇଣ୍ଡିଗୋକୁ ଡିଜିସିଏ କହିଛି।

ad-week
Leave A Reply

Your email address will not be published.