ପାକିସ୍ତାନର ପୂର୍ବତନ ଆଇଏସଆଇ ମୁଖ୍ୟଙ୍କୁ ୧୪ ବର୍ଷ କାରାଦଣ୍ଡ

add-all

ପାକିସ୍ତାନୀ ଗୁଇନ୍ଦା ସଂସ୍ଥା(ଆଇଏସଆଇ)ର ପୂର୍ବତନ ମୁଖ୍ୟ ବା ମହାନିର୍ଦେଶକ ଫୈଜ ହମୀଦଙ୍କୁ ୧୪ ବର୍ଷ ଜେଲ ଦଣ୍ଡାଦେଶ ଦିଆଯାଇଛି। ପାକିସ୍ତାନର ଏକ ସାମରିକ କୋର୍ଟ ଏହି ଦଣ୍ଡାଦେଶ ଦେଇଛନ୍ତି। ଫୈଜଙ୍କ ନାଁରେ ରାଜନୈତିକ ହସ୍ତକ୍ଷେପ, ଅଫିସିଆଲ ସକ୍ରେଟ୍ସ ଆକ୍ଟର ଉଲ୍ଲଂଘନ ଭଳି ଏକାଧିକ ଅଭିଯୋଗର ତଦନ୍ତ ସହ ମାମଲା ୧୫ ମାସ ଧରି ବିଚାରାଧୀନ ରହିଥିଲା।

କୋର୍ଟ ୪ଟି ଅଭିଯୋଗରେ ଫୈଜଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ରାଜନୈତିକ କାର୍ଯ୍ୟରେ ସଂଶ୍ଳିଷ୍ଟ ରହିବା, କ୍ଷମଦାର ଦୁରୁପୋଯୋଗ କରିବା, ସରକାରୀ ଗୁପ୍ତ ଆଇନର ଉଲ୍ଲଂଘନ ଏବଂ ଜନସାଧାରଣଙ୍କୁ ହାନୀ ପହଞ୍ଚାଇବା ଆଦି ଅଭିଯୋଗରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ତେବେ ଏଭଳି ଜେଲ ଦଣ୍ଡ ପଛରେ ଷଡ଼ଯନ୍ତ୍ର ରହିଥିବା ଜଣାପଡ଼ିଛି।

କାରଣ ହମିଦ ହେଉଛନ୍ତି ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଘନିଷ୍ଠ। ଏକ ହାଉସିଂ ପ୍ରକଳ୍ପର ତଦନ୍ତ ସମୟରେ ତାଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଥିଲା। ଏହା ପରେ ୨୦୨୪ରେ ତାଙ୍କୁ ଅଟକ ରଖାଯାଇଥିଲା।

ଗୁରୁବାର ଦଣ୍ଡ ଘୋଷଣା ନ ହେବା ପର୍ଯ୍ୟନ୍ତ ତାଙ୍କ ବିରୋଧରେ କି ଅଭିଯୋଗ ରହିଥିଲା ଏବଂ ତଦନ୍ତ ସମ୍ପର୍କରେ କିଛି ତଥ୍ୟ ସାର୍ବଜନିନ କରାଯାଇ ନ ଥିଲା। ତେବେ ନିରାପତ୍ତା ବିଶେଷଜ୍ଞ ସୟିଦ ମହମ୍ମଦ ଅଲି କହିଛନ୍ତି ଯେ, ନିଜକୁ ନିର୍ଦୋଷ ପ୍ରମାଣିତ କରିବା ଲାଗି ଯଥେଷ୍ଟ ସୁଯୋଗ ଦିଆଯାଇଥିଲା। କୌଣସି ଅଧିକାରୀ, ଯେତେବଡ଼ ପଦବୀରେ ଥାଆନ୍ତୁ ନାଁ କାହିଁକି, ସେମାନଙ୍କୁ ରାଜନୀତିରେ ହସ୍ତକ୍ଷେପ କରିବାର ସୁଯୋଗ ଦିଆଯିବ ନାହିଁ। କୋର୍ଟଙ୍କ ରାୟରୁ ଏହା ପ୍ରମାଣିତ ହୋଇଛି। ହମିଦଙ୍କ ମାମଲା ସମସ୍ତ ସେନା ଅଧିକାରୀଙ୍କ ପାଇଁ ଏକ ଉଦାହରଣ। ଇମ୍ରାନଙ୍କ ସହିତ ତାଙ୍କ ରାଜନୈତିକ ସମ୍ପର୍କକୁ ନେଇ ଅନେକ ଚର୍ଚ୍ଚା ହୋଇଆସିଥିଲା।

ad-week
Leave A Reply

Your email address will not be published.