ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲା: ଉମର ଖଲିଦକୁ ଅନ୍ତରୀଣ ଜାମିନ

add-all

ନୂଆଦିଲ୍ଲୀ: ୨୦୨୦ ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲାର ଅଭିଯୁକ୍ତ ଉମର ଖଲିଦକୁ ଦିଲ୍ଲୀ ଏକ ତଳ କୋର୍ଟ ଅନ୍ତରୀଣ ଜାମିନ ଦେଇଛନ୍ତି। ଭଉଣୀ ବିବାହ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି କୋର୍ଟ ଉମରକୁ ୧୪ ଦିନିଆ ସର୍ତ୍ତମୂଳକ ଜାମିନରେ ଯିବାକୁ ଅନୁମତି ଦେଇଛନ୍ତି।

ସୂଚନାଯୋଗ୍ୟ, ୨୦୨୦ ଫେବୃୟାରୀରୁ ଉମର ଜେଲରେ ବନ୍ଦୀ ଭାବେ ରହିଆସୁଛି। ଦିଲ୍ଲୀରେ ଦଙ୍ଗା କରିବା ଲାଗି ଏକ ବଡ଼ ଧରଣର ଷଡ଼ଯନ୍ତ୍ର ହୋଇଥିଲା। ସେହି ଷଡ଼ଯନ୍ତ୍ରରେ ଉମର ସମ୍ପୃକ୍ତ ରହିଥିଲା। ମାମଲାର ତଦନ୍ତ ସମୟରେ ଉମରକୁ ଗିରଫ କରାଯାଇଥିଲା। ତା’ ନାଁରେ କୋର୍ଟରେ ମାମଲା ବିଚାରାଧୀନ ରହିଛି। ୟୁଏପିଏର ବିଭିନ୍ନ ଧାରା ସହିତ ଭାରତୀୟ ନ୍ୟାୟ ସଂହିତାର ଅତି ଗମ୍ଭୀର ଧାରାରେ ତା’ ନାଁରେ ମାମଲା ରୁଜୁ ହୋଇଛି। 

ad-week
Leave A Reply

Your email address will not be published.