ଟ୍ରମ୍ପ-ମୋଦୀଙ୍କ ମଧ୍ୟରେ ବାଣିଜ୍ୟିକ ଆଲୋଚନା

youtube

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଆମଦାନୀ ଶୁଳ୍କ ବୃଦ୍ଧି ପରେ ଟ୍ରମ୍ପଙ୍କ ସହ ତୃତୀୟ ଥର କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ଚୁକ୍ତି ସ୍ୱାକ୍ଷରିତ କରିବା ପାଇଁ ଆଲୋଚନା ହୋଇଥିବା ମୋଦୀ ସାମାଜିକ ଗଣମାଧ୍ୟମ ଏକ୍ସ ରେ ଜଣାଇଛନ୍ତି । ଉଭୟ  ବାଣିଜ୍ୟ, ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତିବିଦ୍ୟା, ଶକ୍ତି, ପ୍ରତିରକ୍ଷା ଏବଂ ସୁରକ୍ଷା କ୍ଷେତ୍ରରେ ସହଯୋଗ ବିସ୍ତାର କରିବା ଉପରେ ମତ ବିନିମୟ କରିଥିବା ସୂଚନା ମିଳିଛି ।

ରୁଷୀୟ ତୈଳ କ୍ରୟ ପାଇଁ ଦେଶର କିଛି ପ୍ରମୁଖ ରପ୍ତାନି ଉପରେ ୫୦% ଆମେରିକୀୟ ଶୁଳ୍କ ବୃଦ୍ଧି କରିଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଭାରତ ଏହି ଶୁଳ୍କ ବୃଦ୍ଧିରୁ ମୁକ୍ତି ଚାହୁଁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ସେ ଗୁରୁବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନ୍ ମାଧ୍ୟମରେ କଥା ହୋଇଛନ୍ତି । ମୋଦୀ ସାମାଜିକ ଗଣମଧ୍ୟମ ଏକ୍ସରେ ଲେଖିଛନ୍ତି ଯେ, ଆମେ ଆମର ଦ୍ୱିପାକ୍ଷିକ ସମ୍ପର୍କରେ ଅଗ୍ରଗତି ସମୀକ୍ଷା କରିଛୁ ଏବଂ ଆଞ୍ଚଳିକ ଓ ଅନ୍ତର୍ଜାତୀୟ ବିକାଶ ଉପରେ ଆଲୋଚନା କରିଛୁ । ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର୍ବ ଅନୁସାରେ, ହ୍ୱାଇଟ୍ ହାଉସର ଜଣେ ଅଧିକାରୀ ଘଟଣାରେ ସତ୍ୟତା ଥିବା ଦର୍ଶାଇଛନ୍ତି । କିନ୍ତୁ କ’ଣ ଆଲୋଚନା ହୋଇଛି ସେ ବିଷୟରେ କୌଣସି ବିବରଣୀ ଦେଇ ନାହାଁନ୍ତି ।

ଟ୍ରମ୍ପ ଭାରତରୁ ଆମଦାନୀ ଉପରେ ଶୁଳ୍କକୁ ଦ୍ୱିଗୁଣିତ କରି ୫୦% ପର୍ଯ୍ୟନ୍ତ କରିଛନ୍ତି । ଯାହା କପଡ଼ା, ରାସାୟନିକ ପଦାର୍ଥ ଏବଂ ଚିଙ୍ଗୁଡ଼ି ଭଳି ଖାଦ୍ୟ ସାମଗ୍ରୀର ରପ୍ତାନିକୁ ପ୍ରଭାବିତ କରିଛି । ମୋଦି ଟ୍ରମ୍ପଙ୍କ ସହ ତାଙ୍କର ଆଲୋଚନାକୁ “ଉଷ୍ମ ଏବଂ ଆକର୍ଷଣୀୟ” ବୋଲି ବର୍ଣ୍ଣନା କରିଛନ୍ତି ଏବଂ କହିଛନ୍ତି ଯେ ସେ ବିଶ୍ୱ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧି ପାଇଁ ଏକାଠି କାମ କରିବେ । ଜୁଲାଇ ଶେଷ ଭାଗରେ ଭାରତ ଆମେରିକାର କୃଷି ଉତ୍ପାଦ ପାଇଁ ତା’ର ବଜାର ଖୋଲିବାକୁ ପ୍ରତିରୋଧ କରିବା ଏବଂ ଭାରତ-ପାକିସ୍ତାନ ବିବାଦ ସମୟରେ ମଧ୍ୟସ୍ଥତା କରିବାରେ ଟ୍ରମ୍ପଙ୍କ ଭୂମିକାକୁ ସ୍ୱୀକାର କରିବାକୁ ମନା କରିବା ପରେ ଉଭୟ ପକ୍ଷ ମଧ୍ୟରେ ବାଣିଜ୍ୟ ଆଲୋଚନା ଭାଙ୍ଗି ଯାଇଥିବା ଅନ୍ତର୍ଜାତୀୟ ଗଣମାଧମ ପ୍ରକାଶ କରିଛି ।

Leave A Reply

Your email address will not be published.