ଇଣ୍ଡିଗୋର ୪ ଫ୍ଲାଇଟ୍ ଅପରେସନ୍ସ ଇନ୍ସପେକ୍ଟରଙ୍କୁ ବହିଷ୍କାର କଲା ଡିଜିସିଏ

youtube

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ ଚାରି ଜଣ ପ୍ରମୁଖ ଫ୍ଲାଇଟ୍ ଅପରେସନ୍ସ ଇନ୍ସପେକ୍ଟରଙ୍କୁ ବହିଷ୍କାର କରିଛି । ଇଣ୍ଡିଗୋ ବିମାନ ଉଡାଣ କ୍ଷେତ୍ରରେ ଦେଶବ୍ୟାପୀ ବଡ଼ ଧରଣର ବାଧା ଦେଖା ଯାଇଥିଲା । ଅନେକ ଯାତ୍ରୀ ଏଥିପାଇଁ ହଇରାଣ ହୋଇଥିଲେ । ଘଟଣାର ତଦନ୍ତ କରି ଡିଜିସିଏ ୪ ଜଣଙ୍କୁ ବହିଷ୍କାର କରିଛି  ।

ଡିଜିସିଏ ର ଅଫିସ୍ ଅର୍ଡର ଅନୁଯାୟୀ ବରିଷ୍ଠ କର୍ମଚାରୀ ରିଶ ରାଜ ଚାଟାର୍ଜୀ, ସୀମା ଝାମନାନି, ଅନିଲ କୁମାର ପୋଖରିଆଲ ଏବଂ ପ୍ରିୟମ କୌଶିକଙ୍କୁ ବହିଷ୍କାର କରିଛି । ଏହି ଚାରି ଜଣଙ୍କୁ ତୁରନ୍ତ ସେମାନଙ୍କର କାର୍ଯ୍ୟରୁ ବାହାରି ସେମାନଙ୍କ ମୂଳ ସଂଗଠନକୁ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନିୟମ ଅନୁଯାୟୀ ଏମାନଙ୍କ ଆଭ୍ୟନ୍ତରୀଣ ବିଭାଗଗୁଡ଼ିକୁ ଆନୁଷ୍ଠାନିକ ଇମେଲ୍ ଆକାଉଣ୍ଟଗୁଡ଼ିକୁ ନିଷ୍କ୍ରିୟ କରିବା, ଇ-ଅଫିସ୍ ଆକ୍ସେସ୍ ପ୍ରତ୍ୟାହାର କରିବା ଏବଂ ଦେୟ ପ୍ରମାଣପତ୍ର ଦାଖଲ କରି ଦେୟ ପୂରଣ କରିବାକୁ ନିର୍ଦ୍ଦେଶ ଦେଇଛି । 

Leave A Reply

Your email address will not be published.