ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଚେତାବନୀ ଦେଲେ ଟ୍ରମ୍ପ

youtube

ନ୍ୟୁୟର୍କ: ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌ ଓ ୟୁକ୍ରେନ୍‌ର ଯୁଦ୍ଧ ଯୋଗୁଁ ଏପରି ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି ବୋଲି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଶଙ୍କା କରିଛନ୍ତି । ଗତ ମାସରେ ଯୁଦ୍ଧରେ ୨୫,୦୦୦ ଲୋକ, ଅଧିକାଂଶ ସୈନିକ, ପ୍ରାଣ ହରାଇଥିଲେ ଏବଂ ନିରନ୍ତର ରକ୍ତପାତ ହେଉଛି ବୋଲି ହ୍ୱାଇଟ୍ ହାଉସରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଆମେରିକା ରାଷ୍ଟ୍ରପତି ପ୍ରକାଶ କରିଛନ୍ତି ।

ଏହି ଦୁଇ ଦେଶ ମଧ୍ୟରେ ଶତ୍ରୁତାର ତୁରନ୍ତ ଅନ୍ତ ପାଇଁ ସେ ଚେଷ୍ଟା କରୁଥିବା କଥା କହିଛନ୍ତି । ରୁଷ-ୟୁକ୍ରେନ ସଂଘର୍ଷ ସମ୍ଭାବ୍ୟ ଭାବରେ “ତୃତୀୟ ବିଶ୍ୱଯୁଦ୍ଧ”ରେ ପରିଣତ ହୋଇପାରେ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚେତାବନୀ ଦେଇଛନ୍ତି । ହ୍ୱାଇଟ୍ ହାଉସରେ ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ ସେ ଏ ବିଷୟରେ ଆଶଙ୍କା କରିଥିଲେ ।

ପୂର୍ବୁର ରୁଷ୍‌ ଏବଂ ୟୁକ୍ରେନ୍‌ର ଯୁଦ୍ଧ ବନ୍ଦ କରିଦେବେ ବୋଲି ଟ୍ରମ୍ପ କହୁଥିଲେ । ଏବେ ତାଙ୍କ ମଧ୍ୟରେ ହତାଶା ଦେଖିବା ପାଇଁ ମିଳିଛି । ପୂର୍ବରୁ, ହ୍ୱାଇଟ୍ ହାଉସ୍ ପ୍ରେସ୍ ସଚିବ କାରୋଲିନ୍ ଲିଭିଟ୍ ଦୁଇ ଦେଶ ମଧ୍ୟରେ ଶାନ୍ତି ଫେରାଇ ଆଣିବା ପାଇଁ ଆମେରିକା ଚେଷ୍ଟା କରୁଥିବା କଥା ସୂଚନା ଦେଇଥିଲେ । ଚାରି ବର୍ଷ ଧରି ଚାଲିଥିବା ଯୁଦ୍ଧର ଅନ୍ତ ହେବ । ଏ ବିଷୟରେ ବିଭିନ୍ନ ୟୁରୋପୀୟ ନେତାଙ୍କ ସହ ଆଲୋଚନା ଚାଲିଥିବା କଥା ସେ କହିଛନ୍ତି ।

Leave A Reply

Your email address will not be published.