
ଘଟଗାଁ : ପ୍ରସ୍ତାବିତ ମେଗା ଷ୍ଟିଲ୍ ପ୍ଲାଣ୍ଟର ପ୍ରଥମ ଗ୍ରାମସଭା ସଫଳ । କେନ୍ଦୁଝରରେ ଷ୍ଟିଲ୍ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଆଜି ପ୍ରଥମ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି । ପାଟଣା ବ୍ଲକ ଚେମଣା ପଞ୍ଚାୟତ ଭୃଙ୍ଗରାଜପଶିରେ ପ୍ରସ୍ତାବିତ ମେଗା ଷ୍ଟିଲ୍ ପ୍ଲାଣ୍ଟ ପାଇଁ ହୋଇଥିବା ପ୍ରଥମ ଗ୍ରାମସଭାକୁ ସ୍ଥାନୀୟ ବାସିନ୍ଦା ସମର୍ଥନ କରି ଥିବାରୁ ଏହା ସଫଳ ହୋଇଛି ।
ଏହି ସଭାରେ ଚେମଣା ପଞ୍ଚାୟତର ସରପଞ୍ଚ ସଭାପତିତ୍ବ କରିଥିବା ବେଳେ ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ, ପାଟଣା ବିଡ଼ିଓ, ତହସିଲଦାର ଏଵଂ ନିର୍ବାଚିତ ଲୋକେ ପ୍ରତିନିଧିମାନେ ଯୋଗ ଦେଇଥିଲେ । ଗ୍ରାମବାସୀମାନେ ଯୋଗ ଦେଇ ସେମାନଙ୍କ ଦାବୀ ଉପସ୍ଥାପନ କରିବାସହ ଦାବୀ ପୁରଣ ହେଲେ ପ୍ଲାଣ୍ଟକୁ ସ୍ବାଗତ କରିବେ ବୋଲି କହିଥିଲେ। ପରେ ଅତିରିକ୍ତ ଜିଲ୍ଲାପାଳ ଗ୍ରାମସଭା ସଫଳ ହୋଇଥିବା ଘୋଷଣା କରିଥିଲେ। JSW ଏବଂ ପୋସ୍କୋ ମିଳିତ ସହଯୋଗରେ ୫ ମିଲିୟନ ଟନର ଏକ ଇସ୍ପାତ କାରଖାନା କରିବାକୁ ରାଜ୍ୟ ସରକାରଙ୍କ ସହ ଚୁକ୍ତି ନାମା କରିଛନ୍ତି ।