ଷ୍ଟ୍ରିଟ୍ ଲାଇଟ୍ ଦୁର୍ନୀତି; ୩ ଅଭିଯୁକ୍ତ ଯନ୍ତ୍ରୀ କଲେ ଆତ୍ମସମର୍ପଣ

କେନ୍ଦୁଝର: କେନ୍ଦୁଝର ବହୁ ଚର୍ଚ୍ଚିତ ଷ୍ଟ୍ରିଟ୍ ଲାଇଟ୍ ଦୁର୍ନୀତି ଘଟଣାରେ ତିନିଜଣ ଅଭିଯୁକ୍ତ ବିଦ୍ୟୁତ୍ ବିଭାଗର ଯନ୍ତ୍ରୀ କଲେ ଆତ୍ମସମର୍ପଣ। କେନ୍ଦୁଝର ସ୍ୱତନ୍ତ୍ର ଭିଜିଲାନସ୍ କୋର୍ଟରେ ଆତ୍ମସମର୍ପଣ କଲେ ଏହି ୩ ଯନ୍ତ୍ରୀ। ହାଇକୋର୍ଟରୁ ସର୍ତ୍ତ ମୂଳକ ଜାମିନ ପାଇବା ପରେ କେନ୍ଦୁଝର କୋର୍ଟରେ ଆତ୍ମସମର୍ପଣ କଲେ ।ଏହି ତିନିଜଣ ଯନ୍ତ୍ରୀ ହେଲେ ମନୋରଞ୍ଜନ ଜେନା,ଚିତରଂଜନ ମିସ୍ତ୍ରୀ,ମୀନକେତନ ସାମଲ ।ପ୍ରକାଶ ଥାଉକି ଏହି ବହୁ ଚର୍ଚ୍ଚିତ ଷ୍ଟ୍ରିଟ୍ ଲାଇଟ୍ ଦୁର୍ନୀତି ମାମଲା ପାଞ୍ଚଟି ଜିଲ୍ଲାରେ ବ୍ୟାପିଥିଲା।ପୂର୍ବରୁ ଏହି ଘଟଣାରେ ସମ୍ପୃକ୍ତ ଠିକାଦାର ବିଭୂତି ଭୂଷଣ ବିଶ୍ୱାଳ ଜେଲ ଯାଇଥିବା ବେଳେ ଏବେ ସେ ବେଲ୍ ପାଇ ବାହାରିଛନ୍ତି ।

ad-week
Leave A Reply

Your email address will not be published.