ସଂସଦରେ ଟସର ଉନ୍ନତିକରଣ ପ୍ରସଙ୍ଗ ଉଠାଇଥିଲେ ସାଂସଦ ରବୀନ୍ଦ୍ର ନାରାୟଣ ବେହେରା

youtube

ଯାଜପୁର : ସଂସଦରେ ଯାଜପୁର ଜିଲ୍ଲା ବୁଣାକାରଙ୍କ ପ୍ରସଙ୍ଗ ଉଠାଇଲେ ସାଂସଦ ରବୀନ୍ଦ୍ର ନାରାୟଣ ବେହେରା । ‘Zero Hour’ ରେ ଯାଜପୁର ଜିଲ୍ଲାର ବୁଣାକାରଙ୍କ ଗାଁ ଭାବେ ପରିଚିତ ଗୋପାଳପୁରର ବୁଣାକାର ଓ ସୁକିନ୍ଦାର ଟସର ଉନ୍ନତିକରଣ ପ୍ରସଙ୍ଗ ଉଠାଇଥିଲେ ସାଂସଦ । ଯାଜପୁର ଜିଲ୍ଲା କେବଳ ବୌଦ୍ଧ ପର୍ଯ୍ୟଟନ କ୍ଷେତ୍ର ଓ ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ କ୍ଷେତ୍ର ପାଇଁ ପ୍ରସିଦ୍ଧ ନୁହେଁ ।

ଏହା ମଧ୍ୟ ଟସର ଶିଳ୍ପ ଓ ଶାଢ଼ୀ ପାଇଁ ଦେଶ ବିଦେଶରେ ପ୍ରସିଦ୍ଧ ।  ସୁକିନ୍ଦାର ଟସର ଚାଷ , ସୂତା ପ୍ରସ୍ତୁତ ଓ ଗୋପାଳପୁରର ଟସର ସୂତା ଦ୍ୱାରା ପ୍ରସ୍ତୁତ ରଙ୍ଗ ବେରଙ୍ଗର ଶାଢ଼ୀ, ଚାଦର, ଉତ୍ତରୀୟ ଆଦି ବିଭିନ୍ନ ସାମଗ୍ରୀ ବ୍ରାଣ୍ଡିଂ ପାଇଁ କେନ୍ଦ୍ର ବୟନଶିଳ୍ପ ଓ ହସ୍ତତନ୍ତ ମନ୍ତ୍ରୀ କଣ ପଦକ୍ଷେପ ନେଇଛନ୍ତି ସେ ପ୍ରସଙ୍ଗରେ ପ୍ରଶ୍ନ ଉଠାଇଥିଲେ ।  ଏଥିସହ ଗୋପାଳପୁର ବୁଣାକାର ଭାଇ ଭଉଣୀମାନଙ୍କ ପାଇଁ ଏକ ବୟନଶିଳ୍ପ ଓ ହସ୍ତତନ୍ତ ପାର୍କ ପ୍ରତିଷ୍ଠା ପାଇଁ ଦାବି ଉପସ୍ଥାପନା କରିଛନ୍ତି ।

Leave A Reply

Your email address will not be published.