
ଆନ୍ତର୍ଜାତିକ ଓଡ଼ିଶୀ ନୃତ୍ୟାଙ୍ଗନା ଡକ୍ଟର ଚନ୍ଦନା ରାଉଳଙ୍କ ତତ୍ତ୍ଵାବଧାନରେ ନୂଆ ଦିଲ୍ଲୀ ଅକ୍ସ ପକ୍ଷରୁ ଆୟୋଜିତ ଓଡ଼ିଶା ଇଣ୍ଟର ନ୍ୟାସନାଲ ଆଦି ମହୋତ୍ସବରେ କୋରାପୁଟିଆ ଆଦିବାସୀ କଳାକାରଙ୍କ ଢେମସା ନୃତ୍ୟର ଦୁଲୁକିଲା ଦିଲ୍ଲୀ l
ଭାରତୀୟ ଆଦିବାସୀ ସମ୍ପ୍ରଦାୟଙ୍କ ସାମାଜିକ,ସାଂସ୍କୃତିକ ଓ ରାଜନୈତିକ ଅଧିକାର, ସୁରକ୍ଷା କଲାପ ଏବଂ ସେମାନଙ୍କର ମୂଲ୍ୟବାନ ଅବଦାନ ସମଂଦ୍ଧରେ ଜନସଚେତନତା ସୃଷ୍ଟି କରିବା ସହ ପୁନ ଜାଗରଣ ଲକ୍ଷ୍ୟରେ ସହିଦଙ୍କୁ ସମ୍ମାନ ଜଣାଇ ନୂଆଦିଲ୍ଲୀର ଅଗ୍ରଣୀ କଳାନୁଷ୍ଠାନ ଅକ୍ସ ପକ୍ଷରୁ ଡିସେମ୍ବର 7 ତାରିଖରେ ଇଣ୍ଡିଆ ଇଣ୍ଟର ନ୍ୟାସନାଲ ସେଣ୍ଟରରେ ଆୟୋଜିତ ହୋଇଥିଲା ଓଡ଼ିଶା ଇଣ୍ଟରନ୍ୟାସନାଲ ଆଦି ମହୋତ୍ସବ। ଏହାକୁ ଉଦଘାଟନ କରିଥିଲେ କେନ୍ଦ୍ର ସରକାରଙ୍କ ପୂର୍ବତନ ଆଦିବାସୀ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଫଗନ ସିଂହ କୁଲସ୍ତେ । ଅକ୍ସ ସେକ୍ରେଟାରୀ ସୁମିତ ସୌରଭ ପ୍ରଦୀପ ପ୍ରଜ୍ବଳନ କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବିଜେପି ସଂସଦ ସଦସ୍ୟ ସୁଜିତ୍ କୁମାର, ମିଡ଼ିଆ ଆଣ୍ଡ ଏଣ୍ଟରଟ୍ରେନମେଣ୍ଟ ଜାତୀୟ ଅଧ୍ୟକ୍ଷ ସନ୍ଦୀପ ମାରୱାହା, ଆଇନଜୀବୀ ତଥା ପୂର୍ବ ବିଧାୟକ ମଦନ ଲାଲଜୀ , ଭାରତ ସରକାରଙ୍କ ପୂର୍ବ ରାଷ୍ଟ୍ରଦୁତ ଅମରେନ୍ଦ୍ର ଖଟୁଆ, ଆଇସିସିଆରର ପୂର୍ବ ମହା ନିର୍ଦ୍ଦେଶକ ପିସି ପଟ୍ଟନାୟକ, ଏଟିଡି ଗ୍ରୁପର ଅଧ୍ୟକ୍ଷ ଡକ୍ଟର ମନୋରଞ୍ଜନ ମହାନ୍ତି, ପ୍ରସିଦ୍ଧ ଲେଖକ ଆଇଏଏସ ଜ୍ୟୋତି କଳସ, ଇସ୍କନ ନିର୍ଦ୍ଦେଶକ ଭଜେନ୍ଦ୍ର ନନ୍ଦନ ଦାସ, ସମାଜସେବୀ ଡକ୍ଟର ସ୍ମିତା ସିଂହ, ସ୍ପୋର୍ଟସ ଗ୍ରେଲ୍ ଅଧ୍ୟକ୍ଷ ସଂଜୀବ କପୂର୍, ବିଶିଷ୍ଟ ନାଟ୍ୟକାର ପ୍ରଦୀପ କୁମାର ପଣ୍ଡାଙ୍କ ସହ ଓଡ଼ିଶାର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦାନ କରିଥିଲେ।
ଏହି ଅବସରରେ ସଂସଦ ସଦସ୍ୟ ଓ ଚିନ୍ତକ ନୀତି ନିର୍ମାତା ସୁଜିତ୍ କୁମାର, ପୂର୍ବତନ ଏଆଇଜୀ, ଏସ୍ପିଜୀ ଓ ପୋଲିସ ମହାନିରୀକ୍ଷକ ଅଶୋକ କୁମାର, ବହୁଭାଷୀ ନାଟ୍ୟକାର ପ୍ରଦୀପ କୁମାର ପଣ୍ଡା ଏବଂ ୱି ଦ ପିପଲର ସିଇଓ ଅଜୟ ମହାପାତ୍ରଙ୍କୁ ‘ଓଡ଼ିଶା ଆନ୍ତର୍ଜାତିକ ‘ଆଦି ଗୌରବ ସମ୍ମାନ’ ପ୍ରଦାନ କରାଯାଇଥିଲା। ରାଷ୍ଟ୍ରୀୟ ସଙ୍ଗୀତ ଓ ବନ୍ଦେ ଉତ୍କଳ ଜନନୀ ଗାନରେ ଶୁଭାରମ୍ଭ ହୋଇଥିଲା ଆଦି ମହୋତ୍ସବ। ଏଥିରେ ଓଡ଼ିଶାର କୋରାପୁଟ ଓ ରାଉରକେଲାରୁ ଆସିଥିବା ଆଦିବାସୀ କଳାକାର ମାନେ ଆଦିମ ଆଦିବାସି ନୃତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। କୋରାପୁଟ ଜିଲ୍ଲା ଦଶମନ୍ତପୁରର କୁମର ଜାନୀଙ୍କ ଜାନି ଡୁଡୁଙ୍ଗା କଳାକାର ସଂଘ ର କଳାକାର ମାନେ କନ୍ଧ ପରଜା ସମ୍ପ୍ରଦାୟର ଲୋରି, ଓ ଗୀତମରା ଗୀତ, ଢେମସା ନୃତ୍ୟ ଏବଂ ଭଦୋବଲାଣି ନାଟକ ପରିବେଷଣ କରି ପ୍ରଥମ ସ୍ଥାନ ଅଧିକାର କରିଥିଲେ। ସେହିପରି ପଶ୍ଚିମ ଓଡ଼ିଶା ଆଦିବାସୀ ନୃତ୍ୟ ଦଳ କର୍ମା ନୃତ୍ୟ ପରିବେଷଣ ପରେ ରାଉରକେଲା ଆଦିବାସୀ ନୃତ୍ୟଦଳ କୁଡୁକୁ ନୃତ୍ୟ ପରିବେଷଣ କରିଥିଲେ। ରାଉରକେଲା ଆଦିବାସୀ ସମ୍ପ୍ରଦାୟ କଳାକାର ଡକ୍ଟର ଚନ୍ଦନାଙ୍କୁ ପାରମ୍ପାରିକ ଆଦିବାସୀ ଟୋପି ପିନ୍ଧାଇ ଥିଲେ। ପରେ ପରେ ରାଜସ୍ଥାନ, ଆନ୍ଧ୍ର, ତାମିଲନାଡୁ ଆଦିବାସୀ କଳାକାର ମାନେ ନୃତ୍ୟ ପରିବେଷଣ କରିଥିଲେ।ଏହି ପରିପ୍ରେକ୍ଷୀରେ ଅଧ୍ୟକ୍ଷା ଡକ୍ଟର ଚନ୍ଦନା କହିଥିଲେ ଆଦିବାସୀ ଜନଜାତିଙ୍କ ଲୁକ୍କାୟିତ କଳା ସଂସ୍କୃତିକୁ ଲୋକଲୋଚନକୁ ଆଣିବା ହେଉଛି ଅକ୍ସର ମୂଳ ଲକ୍ଷ୍ୟ।
ଶେଷରେ ଆସିଥିବା ସମସ୍ତ ଆଦିବାସୀ କଳାକାର ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପ୍ରମାଣ ପତ୍ର ପ୍ରଦାନ କରାଯିବା ସହ କୋରାପୁଟ ଜାନି ଡୁଡୁଙ୍ଗା ଦଳକୁ ପୁରସ୍କାର ସ୍ୱରୂପ କୋଡ଼ିଏ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ଜାନି ଡୁଡ଼ୁଙ୍ଗା ସେକ୍ରେଟାରୀ କୁମର ଜାନି ବେଶ ଖୁସି ବ୍ୟକ୍ତ କରି କହିଛନ୍ତି l ଏହା ସହିତ ଆଦିବାସୀ କଳାକାରଙ୍କ ଭତ୍ତା ବୃଦ୍ଧି କରିବା ସହ କୋରାପୁଟ ରେ କଳାକାରଙ୍କ ବସା ଉଠା ପାଇଁ ଏକ ସ୍ବତନ୍ତ୍ର ଗୃହ ଓ ଅନ୍ୟାନ୍ୟ ଆବଶ୍ୟକୀୟ ବ୍ୟବସ୍ଥା ମଧ୍ୟ କରାଯିବାକୁ କୁମର ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି।