
ଅଷ୍ଟ୍ରେଲିଆ : ଆଜି ଅଷ୍ଟ୍ରେଲିଆର ସିଡନୀର ପ୍ରସିଦ୍ଧ ବଣ୍ଡି ବିଚରେ ଆଖିବୁଜା ଫାୟାରିଂ । ଏହି ଫାୟାରିଂରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି । ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି । ଯାହା ଫଳରେ ଘଟଣାସ୍ଥଳରେ ଆତଙ୍କ ଖେଳିଯାଇଥିଲା । ଯାହାର ଏକ ଭିଡିଓ ବର୍ତ୍ତମାନ ସାମ୍ନାକୁ ଆସିଛି ।
ସୂଚନାନୁଯାୟୀ, ଇହୁଦୀ ପର୍ବ ପାଳନ କରିବାକୁ ଶତାଧିକ ଲୋକ ଏକାଠି ହୋଇଥିଲେ । ସେହି ସମୟରେ ସିଡନୀର ବଣ୍ଡି ବିଚରେ ୨ ଜଣ ବନ୍ଧୁକଧାରୀ ଆଖିବୁଜା ଫାୟାରିଂ କରିଥିଲେ । ୨ ବନ୍ଧୁକଧାରୀ ପ୍ରାୟ ୫୦ ରାଉଣ୍ଡ ଗୁଳି ଫୁଟାଇଥିଲେ । ତେଣୁ ଭୟରେ ଲୋକମାନେ ବେଳାଭୂମିରୁ ଦୌଡ଼ିବାକୁ ଆରମ୍ଭ କରିଥିଲେ । ଏଥିସହ ପୋଲିସର ସାଇରନ୍ ମଧ୍ୟ ବାଜିଥିଲା । ବର୍ତ୍ତମାନ ୨ଜଣ ବନ୍ଧୁକଧାରୀଙ୍କୁ ଅଟକ ରଖିଛି ପୋଲିସ । ଏହି ଆଖିବୁଜା ଫାୟାରିଂରେ ୧୨ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଯଦିଓ ଏପର୍ଯ୍ୟନ୍ତ ସରକାରୀ ଭାବରେ ନିଶ୍ଚିତ କରାଯାଇନାହିଁ । ସିଡନୀରେ ବଣ୍ଡି ବିଚ୍ ନ ଯିବାକୁ ଜାରି ହେଲା ନିର୍ଦ୍ଦେଶ ।
ଅନ୍ୟପଟେ ଏହି ଦୁର୍ଘଟଣା ପାଇଁ ପ୍ରଧାନମନ୍ତ୍ରୀ ଆଣ୍ଟୋନି ଆଲବାନିଜ୍ ଦୁଃଖ ପ୍ରକାଶ କରିଛନ୍ତି । ପୋଲିସ ଏବଂ ଜରୁରୀକାଳୀନ ସେବା ଜୀବନ ବଞ୍ଚାଇବା ପାଇଁ କାର୍ଯ୍ୟ କରୁଛନ୍ତି । ଏଥିସହିତ କର୍ତ୍ତୃପକ୍ଷ ଲୋକମାନଙ୍କୁ ସେହି ସ୍ଥାନୀୟ ଅଞ୍ଚଳରୁ ଦୂରେଇ ରହିବାକୁ ଅନୁରୋଧ କରିଛନ୍ତି । ପୀଡିତ ଏବଂ ସେମାନଙ୍କ ପରିବାର ପ୍ରତି ସମବେଦନା ମଧ୍ୟ ଜଣାଇଛନ୍ତି । ଏହା ବ୍ୟତୀତ ପୋଲିସ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି ।