୨୦୨୬ ପାଇଁ ପ୍ରକାଶ ପାଇଲା ସ୍କୁଲ ଛୁଟି ତାଲିକା

add-all

ଭୁବନେଶ୍ବର:ପ୍ରକାଶ ପାଇଲା ୨୦୨୬ ପାଇଁ ସ୍କୁଲ ଛୁଟି ତାଲିକା। ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଆସନ୍ତା ୨୦୨୬ ବର୍ଷ ପାଇଁ ଛୁଟି ତାଲିକା ପ୍ରକାଶ ପାଇଛି। ଆସନ୍ତା ବର୍ଷ ରବିବାର ବ୍ୟତୀତ ୮୨ ଦିନ ଛୁଟି ରହିବ। ତେବେ ଛୁଟି ତାଲିକାରେ ଥିବା ନେତାଜୀ ଜୟନ୍ତୀ, ସାଧାରଣତନ୍ତ୍ର ଦିବସ, ଉତ୍କଳ ଦିବସ, ସ୍ୱାଧୀନତା ଦିବସ, ଗଣେଶ ପୂଜା ଓ ଗାନ୍ଧି ଜୟନ୍ତୀ ବିଦ୍ୟାଳୟରେ ପାଳନ କରାଯିବ। ତେଣୁ ଏହି ଦିନ ପିଲାମାନଙ୍କୁ ସ୍କୁଲ ଯିବାକୁ ପଡ଼ିବ।

ସେହିପରି ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମେ ୬ ତାରିଖରୁ ଜୁନ ୧୭ ତାରିଖ ପର୍ଯ୍ୟନ୍ତ ମୋଟ ୩୮ ଦିନ ଖରା ଛୁଟି ରଖାଯାଇଛି। ପରେ ସ୍ଥିତି ଦେଖି ଏହି ସମୟସୀମା ବଢିପାରେ। ଦୁର୍ଗାପୂଜା ଓ ଶୀତ ସମୟରେ ୮ ଦିନ ଲେଖାଏ ଛୁଟି ରହିବ। ପୂଜା ଛୁଟି ଅକ୍ଟୋବର ୧୭ରୁ ୨୬ ଯାଏ ହେବାକୁ ଥିବା ବେଳେ ଡିସେମ୍ୱର ୨୩ରୁ ୩୧ ତାରିଖ ଯାଏ ଶୀତ ଛୁଟି ମିଳିବ। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅନୁମତି ଅନୁସାରେ ୨ ଦିନ ସ୍ଥାନୀୟ ଛୁଟି ଦିଆଯିବ।

ad-week
Leave A Reply

Your email address will not be published.