ଘନ କୁହୁଡ଼ି : ଦିଲ୍ଲୀରେ ୨୨୮ ବିମାନ ବାତିଲ, ଅନଲାଇନରେ ପାଠ ପଢିବାକୁ ନିର୍ଦ୍ଦେଶ

youtube

ନୂଆଦିଲ୍ଲୀ : ସାଂଘାତିକ ସ୍ଥିତିରେ ଦିଲ୍ଲୀ ପ୍ରଦୂଷଣ । ବାୟୁ ଗୁଣବତ୍ତାମାନ ବିପଦଜନକ ସ୍ଥିତିରେ ପହଞ୍ଚିବା ପରେ ଦିଲ୍ଲୀ ସରକାରଙ୍କ ବଡ଼ ନିଷ୍ପତ୍ତି । ଏଣିକି ଅନଲାଇନରେ ହେବ ନର୍ସରୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢା । ସ୍ବାସ୍ଥ୍ୟଗତ କାରଣକୁ ଦୃଷ୍ଟିରେ ରଖି ସ୍କୁଲକୁ ଛୋଟ ଶିଶୁଙ୍କ ଯାତାୟାତ ବନ୍ଦ କରିଛନ୍ତି ସରକାର । ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ଘରେ ରହି ଅନଲାଇନ୍ ମାଧ୍ୟମରେ ପାଠ ପଢିବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ନିର୍ଦ୍ଦେଶାବଳୀରେ ପାଞ୍ଚଟି ଦିଗକୁ ଫୋକସ କରାଯାଇଛି  । ୫ମ ଶ୍ରେଣୀ ପର୍ଯ୍ୟନ୍ତ କୌଣସି ପିଲା ସ୍କୁଲ ଯିବେ ନାହିଁ । ସେମାନଙ୍କ ପାଠପଢା ସମ୍ପୂର୍ଣ୍ଣ ଅନଲାଇନ୍ ହେବ । ପୂର୍ବରୁ ଛାତ୍ରଛାତ୍ରୀ ଚାହିଁଲେ ହାଇବ୍ରିଡ ମୋଡରେ ସ୍କୁଲ ଯାଇପାରିବେ କିମ୍ବା ଘରେ ପଢିପାରିବାର ବିକଳ୍ପ ଥିଲା । ଏବେ ଏହାକୁ ସମ୍ପୂର୍ଣ୍ଣ ମନା କରାଯାଇଛି ।

ମାତ୍ରାଧିକ ପ୍ରଦୂଷଣରେ AQI ମାନ ୪୨୭ରେ ପହଞ୍ଚିଛି, ଯାହା ଅତି ବିପଜ୍ଜନକ । ସେହିପରି ୬ଷ୍ଠ ଶ୍ରେଣୀ କିମ୍ବା ତା’ଠାରୁ ବଡ଼ ପିଲାମାନଙ୍କ ପାଇଁ ପୂର୍ବପରି ନିୟମ ଚାଲୁ ରହିବ । ସେମାନେ ଚାହିଁଲେ ସ୍କୁଲ ଯାଇପାରିବେ କିମ୍ବା ଅନଲାଇନ୍ କ୍ଲାସ୍ କରିପାରିବେ । ବିଷାକ୍ତ ପବନ ଯୋଗୁଁ ଛୋଟ ପିଲାଙ୍କର ନିଶ୍ୱାସ ନେବାରେ କଷ୍ଟ ଓ ଆଖି ପୋଡ଼ିବା ଭଳି ସମସ୍ୟା ହେଉଥିବାରୁ ସେମାନଙ୍କ ସୁରକ୍ଷା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ଘନ କୁହୁଡ଼ି ଓ କମ ଭିଜିବିଲିଟି ପାଇଁ ୨୨୮ଟି ବିମାନ ବାତିଲ କରାଯାଇଛି । ଭୟଙ୍କର ପ୍ରଦୂଷଣ ପାଇଁ ଲୋକଙ୍କୁ ମାସ୍କ ବ୍ୟବହାର କରିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.