ଗାଡ଼ି ସାଇଡମରାକୁ ନେଇ ଆକ୍ରମଣ, ଏୟାରପୋର୍ଟ ଥାନାରେ ଉତ୍ତେଜନା

youtube

ଭୁବନେଶ୍ବର : ଗାଡ଼ି ସାଇଡମରାକୁ କେନ୍ଦ୍ର କରି ଆକ୍ରମଣ । ଭୁବନେଶ୍ବର ଏୟାରପୋର୍ଟ ଥାନାରେ ଉତ୍ତେଜନା । ଘଟଣାସ୍ଥଳରେ ସ୍ଥିତି ନିୟନ୍ତ୍ରଣ ପାଇଁ ଡିସିପିଙ୍କ ପ୍ରୟାସ । ଗାଡି ସାଇଡ ମରାକୁ କେନ୍ଦ୍ରକରି ଜଣେ ଡ୍ରାଇଭରଙ୍କୁ ଆକ୍ରମଣ । ଆକ୍ରମଣରେ ଡ୍ରାଇଭର ଜଣକ ଆହତ ହୋଇଛନ୍ତି । ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଏୟାରପୋର୍ଟ ଥାନା ଘେରାଉ କରିଛନ୍ତି ଆନ୍ଦୋଳନକାରୀ ।

ସେପଟେ ଆକ୍ରମଣକାରୀଙ୍କୁ ଚିହ୍ନଟ କରି ୧୦ରୁ ଅଧିକଙ୍କୁ ଥାନାରେ ଅଟକ ରଖିଛି ପୋଲିସ। ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ନିୟନ୍ତ୍ରଣ ପାଇଁ ଦୁଇ ପ୍ଲାଟୁନ ପୋଲିସ ପୋର୍ସ ମୁତୟନ ହୋଇଛନ୍ତି ।

Leave A Reply

Your email address will not be published.