
କୋଟପାଡ଼ : ସୂଚନା ଫଳକ ପଡି ଛାତ୍ର ମୃତ୍ୟୁ । କୋରାପୁଟ ଜିଲ୍ଲା କୋଟପାଡ଼ ଥାନା ସରକାରୀ ଉନ୍ନିତ ଆଶ୍ରମ ବିଦ୍ୟାଳୟରେ ଅଘଟଣ ଘଟିଛି । ମୃତକ ଗୁମୁଡା ପଂଚାୟତ ସୁଉନିଗୁଡା ଗାଁର ପ୍ରେମାନନ୍ଦ ଭତ୍ରା । ସେ ତୃତୀୟ ଶ୍ରେଣୀରେ ପଢୁଥିଲେ । ସକାଳୁ ବ୍ରସ୍ କରିବା ସମୟରେ ଦୁଇ ଛାତ୍ରଙ୍କ ଉପରେ ସୂଚନା ଫଳକ ପଡିଯାଇଥିଲା । ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି । ତାଙ୍କୁ ଜୟପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।
ଛାତ୍ର ମୃତ୍ୟୁ ଘଟଣାରେ ତଦନ୍ତ ଦାବି ଓ ମୃତ ଛାତ୍ର ପରିବାରଙ୍କ କ୍ଷତି ପୂରଣ ଦାବିରେ ବିଜେଡିର ରାସ୍ତାରୋକ । ଧାରଣାରେ ସାମିଲେ ହେଲେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ପୂର୍ବତନ ମନ୍ତ୍ରୀ ପଦ୍ମିନୀ ଦିଆନ, ପୂର୍ବତନ ବିଧାୟକ ଚଦ୍ର ଶେଖର ମାଝୀ, ଡାବୁ ଗାଁ ବିଧାୟକ ମନହର ରନ୍ଧାରୀ । ଗଣ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କଲା ବିଜେଡି ।