କିସ୍‌ରେ ନବମ ଶ୍ରେଣୀ ଛାତ୍ର ମୃତ୍ୟୁ ଘଟଣା: ଡାଲି ପଡିବାରୁ ସହପାଠି ତଣ୍ଟି ଚିପି ହତ୍ୟା କରିଥିବା କହିଲେ ପୁଲିସ କମିଶନର

add-all

ଭୁବନେଶ୍ୱର: କିସ୍‌ରେ ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟଣା । ଉପରେ ଡାଲିପଡିବା ଘଟଣାରେ ଅନ୍ୟଛାତ୍ରମାନେ ହତ୍ୟା କରିଥିବା ପୁଲିସ୍‌ କମିଶନର ଏସ୍‌ ଦେବଦତ୍ତ ସିଂ କହିଛନ୍ତି ।  ବିଦ୍ୟାଳୟ ପରିସରରେ କିଛି ଛାତ୍ର ଜୋକର ଗ୍ୟାଙ୍ଗ ଗଢିଥିଲେ । ସେମାନେ ଅନ୍ୟ ଛାତ୍ରଙ୍କୁ ଭୟଭୀତ କରୁଥିଲେ । ଶିବ ମୁଣ୍ଡା ନାମକ ଛାତ୍ର ଡାଲି ବାଢିବା ସମୟରେ ଅଭିଯୁକ୍ତ ଛାତ୍ରଙ୍କ ଉପରେ ଡାଲି ପଡିଥିଲା । ଅଭିଯୁକ୍ତମାନେ ତାଙ୍କୁ ତଣ୍ଟି ଚିପି ହତ୍ୟା କରିଥିବା ପୁଲିସ କମିଶନର ସୂଚନାଦେଇଛନ୍ତି । ହତ୍ୟା ଘଟିଥିବା ସ୍ଥାନରେ ଜୋକର ଗ୍ୟାଙ୍ଗ୍‌ ଲେଖାଥିବା ସେ କହିଛନ୍ତି । ପ୍ରଥମେ ପରିବାର ଲୋକଙ୍କୁ ହାର୍ଟ ଆଟାକ୍‌ ହୋଇ ମୃତ୍ୟୁ ହୋଇଥିବା କଥା କହୁଯାଇଥିଲା । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏ ବିଷୟରେ ତଦନ୍ତକାରୀ ଅଧିକାରୀମାନେ ଘଟଣାସ୍ଥଳ ଯାଇ ଅନ୍ୟ ପିଲାମାନଙ୍କୁ ପଚରା ଉଚରା କରିଥିଲେ । ଏଥିରେ ଶିବ ମୁଣ୍ଡା ନାମକ ଛାତ୍ରଙ୍କୁ ତଣ୍ଟିଚିପି ହତ୍ୟା କରାଯାଇଥିବା ପ୍ରମାଣ ମିଳଥିଲା । ଅଭିଯୁକ୍ତ ଦୁଇ ଜଣ ଛାତ୍ର ହଷ୍ଟେଲ୍‌ରୁ, ଅନ୍ୟ ଜଣଙ୍କୁ ହଷ୍ଟେଲ୍‌ ଛାଡିଥିବା ବେଳେ  ଗିରଫ କରାଯାଇଛି । ତଥ୍ୟ ପ୍ରମାଣ ନଷ୍ଟ ଓ ଘର ଲୋକଙ୍କୁ ସୂଚନା ନଦେବା ଅଭିଯୋଗରେ ଆଉ  ୮ ଜଣଙ୍କୁ ଗିରଫ କରାଯାଇଥିବା ପୁଲିସ କମିଶନର ସୂଚନା ଦେଇଛନ୍ତି ।   ଅତିରିକ୍ତ ସିଇଓ  ପ୍ରମୋଦ କୁମାର ପାତ୍ର, ଟିଜିଟି ଶିକ୍ଷକ ବିନୟ କୁମାର ଗୋଚ୍ଛି, ଏକାଡେମୀକ କୋଓର୍ଡିନେଟର ପ୍ରସନ୍ନ କୁମାର ମଲ୍ଲ, ଶିକ୍ଷକ ପ୍ରଦୀପ କୁମାର ଦାସ, କିସ୍‌ ସେକେଣ୍ଡାରୀ ବିଦ୍ୟାଳୟର ପ୍ରଧାନଶିକ୍ଷକ ରଶ୍ମୀ ରଞ୍ଜନ ମହାନ୍ତି, ଅସିଷ୍ଟାଣ୍ଟ ଫିଲ୍ଡ ଅଫିସର ହେମନ୍ତ କୁମାର ମହାପାତ୍ର, ସୁପରଭାଇଜର୍‌ ଶୁଭାକର ବେହେରା, ଶିକ୍ଷୟତ୍ରୀ ସୁଜାତା ମିଶ୍ରଙ୍କ ସହ ତିନି ଅଭିଯୁକ୍ତ ଛାତ୍ରଙ୍କୁ ଗିରଫ  କରାଯାଇଛି । ଅଭିଯୁକ୍ତ ଛାତ୍ରମାନଙ୍କୁ ବାଳସୁଧାର ଗୃହକୁ ପଠାଯିବ। କିସ୍‌ କର୍ତ୍ତୃପକ୍ଷ ଏହି ଘଟଣାରେ ପୁଲିସ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ପ୍ରତିକ୍ରିୟା ଦେଇଛନ୍ତି।

ସୂଚନାଯୋଗ୍ୟ କିସ୍‌ରେ ଗତ ଶୁକ୍ରବାରରେ ଶିବ ମୁଣ୍ଡା ନାମକ ନବମ ଶ୍ରେଣୀ ଆଦିବାସୀ ଛାତ୍ରର ମୃତ୍ୟୁ ହୋଇଥିଲା ।ମୃତକ କେନ୍ଦୁଝର ଟାଉନ ଥାନା ଟିକର ଗୁମୁରାର ରଘୁନାଥ ମୁଣ୍ଡାଙ୍କ ପୁଅ ଶିବ ମୁଣ୍ଡା । । ବିଦ୍ୟାଳୟ କର୍ତ୍ତୃପକ୍ଷ ହାର୍ଟ ଆଟକା୍‌ ହୋଇଥିବା କଥା ଘର ଲୋକଙ୍କୁ କହିଥିଲେ । ପରିବାର ଲୋକ ଆସି ମୃତ ଶରୀର କେନ୍ଦୁଝର ନେଇଥିଲେ । ଏହାପରେ ଶରୀରରେ ବିଭିନ୍ନ ଦାଗ ଦେଖିବା ପରେ କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ଜିଲ୍ଲାପାଳଙ୍କୁ କାର୍ଯ୍ୟାଳୟ ସମ୍ମୁଖରେ ଉତ୍ତେଜନା ପ୍ରକାଶ ପାଇଥିଲା । ମୃତଦେହ ରଖି ପରିବାର ଲୋକେ ଏଵଂ ଗ୍ରାମବାସୀମାନେ ଧାରଣା ଦେଇଥିଲେ। ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ଆଣି କେନ୍ଦୁଝର ଟାଉନ ଥାନାରେ ଅଭିଯୋଗ କରାଯାଇଥିଲା । ପରେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଥିଲା । ଏଥିରେ ତଣ୍ଟିଚିପି ହତ୍ୟା କରାଯାଇଥିବା ଜଣାପଡିବା ପରେ କେନ୍ଦୁଝର ଥାନାରୁ ଏହାକୁ ଭୁବନେଶ୍ୱର ଇନଫୋସିସ୍‌ ଥାନାକୁ ହସ୍ତାନ୍ତର କରାଯାଇଥିଲା ।

କିସ୍‌ କର୍ତ୍ତୃପକ୍ଷ ଏହି ଘଟଣାରେ ପୁଲିସକୁ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି ଏବଂ ଆଗକୁ ସମସ୍ତ ସହଯୋଗ କରିବେ ବୋଲି ସୂଚନା ଦେଇଛନ୍ତି ।

ad-week
Leave A Reply

Your email address will not be published.