ଖଇନି ମାନିଆ ପିଲାରୁ ବୁଢ଼ା ସମସ୍ତେ ମସଗୁଲ.!

add-all

ବିନା ଜିଏସଟି ରେ ବସ୍ତାବସ୍ତା ଖଇନି ବିକ୍ରି…..!
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ଗାଁ ରୁ ସହର ପର୍ଯ୍ୟନ୍ତ ଏବେ ଖଇନିର ବହୁଳ ଭାବରେ ପ୍ରସାର ହେଉଛି। ପିଲାରୁ ବୁଢ଼ା ସମସ୍ତେ ପାଟିରେ ଖଇନି ଯାକୁ ଥିବାର ଦେଖିବାକୁ ମିଳୁଛି। ଖଇନି ରେ ସବୁଠାରୁ ଅଧିକ ଜି ଏସ ଟି ଟ୍ୟାକ୍ସ ରହିଥିବା ବେଳେ ଆସିକା ଅଞ୍ଚଳ ରେ ଖଇନି ବିନା ଜି.ଏସ.ଟି ରେ ବହୁଳ ଭାବେ ବିକ୍ରି ହେଉଛି। ରାଉରକେଲା ରୁ ଦୈନିକ ବସ ଯୋଗେ ଗୋବର ଓ ଗାଙ୍ଗପୁର ଅଞ୍ଚଳ ରେ ଅନଲୋର୍ଡ ହୋଇ ଆସିକା ଓ କଇଁଫୁଲିଆ ଛକ ନିକଟକୁ ଆସି ଜିଲ୍ଲାର ବିଭିନ୍ନ ବ୍ଲକକୁ ଚାଲାଣ ହେଉଛି। ବିନା ଜି.ଏସ.ଟି ରେ ଲକ୍ଷ ଲକ୍ଷ ଟଙ୍କାର ବସ୍ତା ବସ୍ତା ଖଇନି ବିକ୍ରି ହେଉଛି।ଖଇନି ସେବନ ଯୋଗୁଁ କର୍କଟ ରୋଗ ହେଉଥିଲେ ବି ଏହାକୁ ଖାତିର ନକରି ବହୁଳ ଭାବେ ସବୁ ବର୍ଗର ଲୋକେ ବ୍ୟବହାର କରୁଛନ୍ତି। ସରକାରଙ୍କ ପକ୍ଷରୁ ଦୀର୍ଘ ଦିନ ହେଲା ଖଇନି ବିକ୍ରତା ଙ୍କ ପ୍ରତିଷ୍ଠାନ ଉପରେ ଚଢ଼ାଉ ହୋଇନାହିଁ। ଆସିକା ଅଞ୍ଚଳ ରେ ବାଣିଜ୍ୟ କର ବିଭାଗ କୋମାରେ ଥିବା ଜଣା ପଡିଛି। ବିନା ପଞ୍ଜିକରଣ କରାଯାଇ ଆସିକା ଅଞ୍ଚଳ କୁ ବସ୍ତା ବସ୍ତା ଖଇନି କେମିତି ଆସୁଛି।

ad-week
Leave A Reply

Your email address will not be published.