
ଚାନ୍ଦବାଲି : ଦୁର୍ଘଟଣାରେ ଦାଦାପୁତୁରା ମୃତ । ଏକାସାଙ୍ଗରେ ଚାଲିଗଲା ଦାଦା ଓ ପୁତୁରାଙ୍କ ଜୀବନ । ଭଦ୍ରକ ଜିଲ୍ଲା ବାଂଶଡା ଧାମରା ମୁଖ୍ୟ ରାସ୍ତାର ଗୁଆଁଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ପରେ ଉଭୟଙ୍କୁ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି । ମୃତ ଦାଦା ପୁତୁରା ହେଲେ ଦୋଷୀଙ୍ଗା ଅଞ୍ଚଳର ବୋଲି ଜଣାପଡିଛି ।