
ଭୁବନେଶ୍ବର : ସତ୍ୟପ୍ରକାଶ ହାତୀର କ୍ରାଇମ ସିନ୍ ରିକ୍ରିଏସନ୍ । ଭୁବନେଶ୍ବର ଧଉଳି ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ସତ୍ୟପ୍ରକାଶ ହାତୀକୁ କ୍ରାଇମସ୍ପଟକୁ ନେଇ କ୍ରାଇମ ସିନ ରିକ୍ରିଏସନ କରିଛି କମିଶନରେଟ ପୋଲିସ । ଘଟଣା ପରଠୁ ଫେରାର ଥିଲା ମୁଖ୍ୟ ଅଭିଯୁକ୍ତ । ହାପିକୁ ଗିରଫ ପରେ ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି । କିଭଳି ସେଦିନ ସନ୍ଧ୍ୟାରେ ନାବାଳିକାକୁ ନେଇ ଦୟା ନଦୀ ପଠାରେ ଦୁଷ୍କର୍ମ କରିଥିଲା ସବୁ କିଛି ଗୋଟି ଗୋଟି କରି କହିଛି ଅଭିଯୁକ୍ତ ।
କ୍ରାଇମ୍ ସ୍ପଟରୁ ଫେରାର ପରେ କେଉଁଠି ଲୁଚାଇଥିଲା ନିଜର ପ୍ୟାଣ୍ଟ୍ ସାର୍ଟ । ଏପରିକି କେଉଁ କେଉଁ ସ୍ଥାନରେ ଏହି ଘଟଣାର ସବୁ ପ୍ରମାଣ ରହିଛି । ସେସବୁକୁ ମଧ୍ୟ ଧଉଳି ଥାନା ପୋଲିସ ନମୁନା ସଂଗ୍ରହ କରିଛି । ଅଭିଯୁକ୍ତ ନାଁରେ ରହିଛି କମିଶନରେଟ ପୋଲିସର ୨୦ଟି ମାମଲା । ପୂର୍ବରୁ ମଞ୍ଚେଶ୍ବର ,ବଡଗଡ,ଧଉଳି, ଲକ୍ଷ୍ମୀସାଗର , ବାଲିଅନ୍ତା ଭଳି ଥାନାରେ ରହିଛି ମାମଲା ।
ଚୋରି ,ଛିନତାଇ ,ରାହାଜାନୀ,ହତ୍ୟା ଉଦ୍ୟମ,ଡକାୟତି , ମାରଣାସ୍ତ୍ର ଦେଖାଇ ଆତଙ୍କ ଖେଳାଇବା ଭଳି ସଙ୍ଗୀନ ମାମଲା ରହିଛି ତା ନାଁରେ । ଏପରିକି ପୁର୍ବରୁ ପେଶାଦାର ଅପରାଧି ଭାବେ ୧୧୦ ଓ ବ୍ରିଚ ଅଫ ବଣ୍ଡ ଭାଓଲେସନ ରେ ମଧ୍ୟ ଗିରଫ ହୋଇଛି । ହେଲେ କୁଖ୍ୟାତ ଅପରାଧି ସତ୍ବେ ନା ତା ଉପରେ ଲଗାମ ଥିଲା । ଖୁଲମ ଖୁଲା ବୁଲି ନିଜ ସହଯୋଗୀଙ୍କ ସହ ମିଶି ଏଭଳି ଅପରଧି ରଚିଥିଲା । ଅନ୍ୟ ଦୁଇ ଅଭିଯୁକ୍ତକୁ ଧରିବାକୁ ପୋଲିସ ପ୍ରୟାସ କରିଛି । ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କର ଖୁବଶୀଘ୍ର ହେବ ଟି ଆଇ ପରେଡ ।