ପାଣି ଟାଙ୍କି ଭୁଶୁଡ଼ି, ୩ ଶ୍ରମିକ ମୃତ, ଅନେକ ଗୁରୁତର

youtube

ନାଗପୁର : ମହାରାଷ୍ଟ୍ର ନାଗପୁରରେ ବୁଟିବୋରି ଏମଆଇଡିସିରେ ଅୱାଡା କମ୍ପାନୀରେ ପାଣିଟାଙ୍କି ଭୁଶୁଡିବାରୁ ଅଘଟଣ । ଏଥିରେ ୩ ଜଣ ଶ୍ରମକଙ୍କ ଜୀବନ ଚାଲିଯାଇଥିବା ବେଳେ ଅନେକ ଦବିଥିବା ଆଶଙ୍କା କରାଯାଉଛି । ଅୱାଡା କମ୍ପାନୀରେ ସୋଲାର ପ୍ୟାନେଲ ନିର୍ମାଣ କାମ ଚାଲୁ ରହିଥିବା ସମୟରେ ଏହି ଅଘଟଣ ଘଟିଥିଲା ।

ଘଟଣାରେ ୧୧ ଶ୍ରମିକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଆହତମାନଙ୍କୁ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଏବଂ ଅଗ୍ନିଶମ ଟିମ୍ ଘଟଣା ସ୍ଥଳରେ ପହଞ୍ଚିଛି । ଶ୍ରମିକ ପାଣି ଟାଙ୍କି ପାଖରେ କାମ କରୁଥିବା ସମୟରେ ଟାଙ୍କି ଭୁଶୁଡିପଡିଥିଲା । ଫଳରେ ଶ୍ରମିକ ଚାପି ହୋଇ ରହିଥିଲେ ।

Leave A Reply

Your email address will not be published.