ସରିଲା ସଂସଦର ଶୀତକାଳୀନ ଅଧିବେଶନ

youtube

ନୂଆଦିଲ୍ଲୀ : ସରିଲା ସଂସଦର ଶୀତ ଅଧିବେଶନ । ବିରୋଧୀଙ୍କ ପ୍ରବଳ ହଙ୍ଗାମା ଭିତରେ ସରିଲା ସଂସଦର ଶୀତକାଳୀନ ଅଧିବେଶନ । ୧୭ ତମ ଲୋକସଭାର ୬ଷ୍ଠ ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛନ୍ତି ଲୋକସଭା ଅଧ୍ୟକ୍ଷ ।

ଗତକାଲିଠୁ ମନରେଗା ଯୋଜନାର ନାମ ବଦଳାଇ “ଭିବି-ଜି ରାମ ଜି” ପରିବର୍ତ୍ତନକୁ ବିରୋଧୀ ସାଂସଦ ବିରୋଧ କରି ଆସୁଛନ୍ତି । ବିଲ୍ ବିରୋଧରେ ବିରୋଧି ସଦସ୍ୟ ରାତିସାରା ଗୃହ ବାହାରେ ୧୨ ଘଣ୍ଟା ଧାରଣା ଦେଇଥିଲେ । ଅଧିବେଶନରେ ମୋଟ ୧୫ଟି ବୈଠକ ହୋଇଥିବା ବେଳେ ଉତ୍ପାଦତା ୧୧୧ ପ୍ରତିଶତ ରହିଥିଲା । ଅଧିବେଶନ ସମାପନ ଅବସରରେ ସବୁ ଦଳର ସାଂସଦଙ୍କ ସହ ଆଲୋଚନା କରିଛନ୍ତି ବାଚସ୍ପତି ଓମ ବିର୍ଲା ।

ଏ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ, କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ତଥା ଅନ୍ୟାନ୍ୟ ବରିଷ୍ଠ ସାଂସଦ ଉପସ୍ଥିତ ଥିଲେ ।

Leave A Reply

Your email address will not be published.