ପ୍ରବଳ ବର୍ଷାରେ ବୁଡିଗଲା UAE, ରାସ୍ତା ଜଳମଗ୍ନ, ବିମାନ ଚଳାଚଳ ବାଧାପ୍ରାପ୍ତ

youtube

ଦୁବାଇ : ମରୁଭୂମିରେ ବନ୍ୟା । ବନ୍ଯାରେ ବୁଡିଗଲା UAE । ଆଜି ସକାଳୁ ଦୁବାଇ ଏବଂ ଆବୁଧାବି ଭଳି ପ୍ରମୁଖ ଅଞ୍ଚଳ ସମେତ UAE ର କିଛି ଅଂଶରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ପ୍ରବଳ ବର୍ଷା ଯୋଗୁଁ ରାସ୍ତା ଘାଟ ଜଳମଗ୍ନ ହେବା ସହ ଯାତାୟତ ବାଧାପ୍ରାପ୍ତ ହୋଇଛି । ଏମିତିକି ଲୋକମାନଙ୍କୁ ଘରୁ ନବାହାରିବାକୁ ମଧ୍ଯ ପରାମର୍ଶ ଦିଆଯାଇଛି ।

ମଧ୍ୟ ପ୍ରାଚ୍ଯ ଅଞ୍ଚଳରେ ଅପେକ୍ଷାକୃତ କମ ବର୍ଷା ଦେଖିବାକୁ ମିଳେ କିନ୍ତୁ ବର୍ତ୍ତମାନ ପରିସ୍ଥିତି ପୁରା ଭିନ୍ନ । ପ୍ରବଳ ବର୍ଷା ପାଇଁ ଜନଜୀବନ ଅସ୍ତବ୍ଯସ୍ତ ହୋପଡିଛି । ଏଭଳି ସ୍ଥିତି ଏଠି ପ୍ରଥମ ନୁହେଁ , ସମାନ ସ୍ଥିତି ୨୦୨୪ରେ ମଧ୍ଯ ଦେଖିବାକୁ ମିଳିଥିଲା, ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଦୁବାଇ ଏବଂ ଆବୁଧାବିର କିଛି ଅଂଶ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯାଇଥିଲା ।

ପ୍ରବଳ ବର୍ଷା ଯୋଗୁଁ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ସେହିପରି ରାସ୍ତାଘାଟ ସଂପୂର୍ଣ୍ଣ ବୁଡ଼ି ରହିଛି ।

Leave A Reply

Your email address will not be published.