ପୁଲିସ ଗୁଳିରେ କୁଖ୍ୟାତ ମାଓବାଦୀ ନିହତ

add-all

ଛତିଶଗଡ଼: ଛତିଶଗଡ଼ର ବିଜାପୁର ଅନ୍ତର୍ଗତ ଇନ୍ଦ୍ରାବତୀ ଜଙ୍ଗଲରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏଥିରେ ଜଣେ କୁଖ୍ୟାତ ମାଓବାଦୀ ନିହତ ହୋଇଛି। ତା’ର ନାଁ ଫଗୁନ ମାଡଭି। ଫଗୁନ ନାମରେ ଛତିଶଗଡ଼ ସରକାର ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ।

ଇନ୍ଦ୍ରାବଦୀ ଜଙ୍ଗଲରେ ମାଓବାଦୀମାନେ ଆଡ୍ଡା ଜମାଇଥିବା ନେଇ ପୁଲିସକୁ ଗୁଇନ୍ଦା ସୂଚନା ମିଳିଥିଲା। ଏହା ପରେ ପୁଲିସ ଏବଂ ଯବାନଙ୍କ ମିଳିତ ଟିମ ଜଙ୍ଗଲରେ କୋମ୍ବିଂ ଅପରେସନ କରିଥିଲେ। ଏହି ସମୟରେ ମାଓବାଦୀଙ୍କ ସହିତ ଗୁଳିବିନିମୟ ଘଟିଥିଲା। ପୁଲିସ ଗୁଳିକୁ ସାମ୍ନା କରି ନ ପାରି ମାଓବାଦୀମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ। ଏହା ପରେ ସେଠାରେ ସର୍ଚ୍ଚ ଅପରେସନ କରାଯିବା ସମୟରେ ଜଣକଙ୍କ ମୃତଦେହ ମିଳିଥିଲା। ମୃତ ମାଓବାଦୀ ଭୈରବଗଡ଼ ଏରିଆ କମିଟି ସଦସ୍ୟ ଫଗୁନ ବୋଲି ଜଣାପଡ଼ିଛି। ଘଟଣାସ୍ଥଳରୁ ଗୋଟିଏ ବନ୍ଧୁକ, ଗୋଟି, ପିସ୍ତଲ ଜବତ ହୋଇଛି।

ad-week
Leave A Reply

Your email address will not be published.