ଜିଆଇଇଟି ବିଶ୍ୱବିଦ୍ୟାଳୟରୁ ସ୍ଵର୍ଣ ପଦକ ପାଇଲେ ପ୍ରତାପ

youtube

କୋରାପୁଟ /କୋଟପାଡ଼ : କୋରାପୁଟ ଜିଲ୍ଲା କୋଟପାଡ଼ର ପ୍ରତାପ ରୁଦ୍ର ମିଶ୍ର ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟରୁ ସ୍ଵର୍ଣ ପଦକ ପାଇ କୋଟପାଡ଼ ପାଇଁ ଗୌରବ ଆଣିଛନ୍ତି l ଖବର ନେବାରୁ ଜଣାପଡିଛି ଯେ ଜିଆଇଟି ୟୁନିଭରସିଟି ଗୁଣୁପୁରରେ ବିଏସସି(କୃଷି)ରେ 2020 ରୁ 2024 ମସିହାରେ ଅଧ୍ୟୟନରତ ଛାତ୍ର ପ୍ରତାପ ରୁଦ୍ର ମିଶ୍ର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ସ୍ୱର୍ଣ୍ଣପଦକ ଗତ 14 ତାରିଖ ଦିନ ଅନୁଷ୍ଠାନ ତରଫରୁ ଆୟୋଜିତ ସମାବର୍ତ୍ତନ କାର୍ଯ୍ୟକ୍ରମରେ ହାସଲ କରିଛନ୍ତି।ଏହି ସଫଳତା ସମୟରେ ବିଶ୍ୱବିଦ୍ୟାଳୟର ପ୍ରିନସିପାଲ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ ସହପାଠୀ ଉପସ୍ଥିତ ଥିଲେ।
ଏଠାରେ ପ୍ରକାଶଯୋଗ୍ୟ ଯେ, ପୁତ୍ରାପ ବରିଷ୍ଠ ଆଇନଜୀବୀ କିଶୋର ଚନ୍ଦ୍ର ମିଶ୍ର ଓ ଶିକ୍ଷୟିତ୍ରୀ ସଂଯୁକ୍ତା ମହାପାତ୍ରଙ୍କ ସୁପୁତ୍ର ଅଟନ୍ତି। ନିଜ ସଫଳତାର ଶ୍ରେୟ ପାଇଁ ସେ ନିଜ ପରିବାର ଓ ଅନୁଷ୍ଠାନକୁ ପ୍ରଦାନ କରିଥିବାବେଳେ ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାର କୃଷି ସକାଶେ ସାମଗ୍ରୀକ ଉନ୍ନତି ପାଇଁ ସର୍ବଦା ପ୍ରୟାସରତ ରହିବି ବୋଲି ଗଣମାଧ୍ୟମ ନିକଟରେ ପ୍ରକାଶ କରିଛନ୍ତି l ସଫଳତା ପରେ କୃତି ଛାତ୍ର ଓ ପରିବାରବର୍ଗଙ୍କ ନିକଟକୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଥିବା ଖବର ହସ୍ତଗତ ହୋଇଛି।

Leave A Reply

Your email address will not be published.