
ମାଲକାନଗିରି : ସରକାରୀ ଉଚ୍ଚ ବିଦ୍ୟାଳୟ ମାଲକାନଗିରି ପରିସର ରେ ଜିଲ୍ଲା ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଉଦଘାଟିତ ହୋଇ ଅଛି । ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଏବଂ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଯୋଜନା ର ମିଳିତ ଆନୁକୂଲ୍ୟ ରେ ଅନୁଷ୍ଠିତ ଏହି ପ୍ରଦର୍ଶନୀ ଦୁଇ ଦିନ ଧରି ଜାରୀ ରହିବ । ଉଦଘାଟନ କାର୍ଯ୍ୟକ୍ରମ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇ ଥିବା ବେଳେ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ, ମୁଖ୍ୟବକ୍ତା ସହକାରୀ ପ୍ରଫେସର ଲୋକେଶ ପ୍ରଧାନ ବିକ୍ରମଦେଵ ବିଶ୍ୱବିଦ୍ୟାଳୟ ଜୟପୁର , ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ମଞ୍ଜୁଲତା ଭୋଇ , ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଭାଗୀରଥି ବେହେରା , ଗୋଷ୍ଠୀ ଶିକ୍ଷା ଅଧିକାରୀ ମାଲକାନଗିରି ମମତା ସଏ, ବି.ଇ.ଓ କୋରୁକୋଣ୍ଡା ଅସିତ ମିସ୍ତ୍ରୀ , ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଜଗନ୍ନାଥ ପ୍ରସାଦ ବେହେରା , ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ସୁରେନ୍ଦ୍ର ପାଢ଼ୀ ,ବରିଷ୍ଠ ଆଲୁମିନି ସଦସ୍ୟ ତଥା ପ୍ରକୃତିବନ୍ଧୁ ପ୍ରକାଶ କୁମାର ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ରହି ଥିଲେ ।
ମୁଖ୍ୟ ଅତିଥି ଙ୍କ କର କମଳ ରେ ପ୍ରକଳ୍ପ ପ୍ରଦର୍ଶନୀ ଉଦଘାଟିତ ହୋଇ ଥିଲା । ଏହି ଜିଲ୍ଲା ର ଜାତୀୟ ବାଲବୈଜ୍ଞାନିକ ପୁରସ୍କାର ପ୍ରାପ୍ତ କୁନି ବୈଜ୍ଞାନିକ ଲଳିତା ଖିଲ ଆଗାମୀ କାର୍ଯ୍ୟପନ୍ଥା ଏବଂ ଅଭିଜ୍ଞତା ସମ୍ବନ୍ଧରେ ମଞ୍ଚରେ ପ୍ରକାଶ କରିଥିଲେ ଏବଂ ଉପସ୍ଥିତ କୁନି ବୈଜ୍ଞାନିକ ଙ୍କୁ ପ୍ରେରଣା ପ୍ରଦାନ କରି ଥିଲେ । ଜିଲ୍ଲା ର ସାତ ଗୋଟି ବ୍ଲକ ରୁ ସାତ ଗୋଟି ସବ ଥିମ ରେ ୪୯ ଗୋଟି ପ୍ରକଳ୍ପ ବିଜ୍ଞାନ ପ୍ରଦର୍ଶନୀ ରେ ସ୍ଥାନ ପାଇ ଅଛି । ଏହି ବର୍ଷ ଥିମ ଷ୍ଟେମ ଫର ବିକଶିତ ଏବଂ ଆତ୍ମନିର୍ଭର ଭାରତ ଅଧିନ ରେ ସାତ ଗୋଟି ସବ ଥିମ ପରିପୋଷଣୀୟ କୃଷି , ବର୍ଜ୍ୟ ବସ୍ତୁ ପରିଚାଳନା , ସବୁଜ ଶକ୍ତି , ଉତ୍କୃଷ୍ଟ ବୈଷୟିକ ଜ୍ଞାନ କୌଶଳ , ଗାଣିତିକ ଅନୁସୃଜନ, ସ୍ୱାସ୍ଥ୍ୟ ଓ ପରିଚ୍ଛନ୍ନତା , ଜଳ ଶକ୍ତି ପରିଚାଳନା ଏବଂ ସଂରକ୍ଷଣ ରହି ଅଛି । ଅତିଥି ମାନେ କୁନି ବୈଜ୍ଞାନିକ ଙ୍କୁ ବିଜ୍ଞାନ ଚିନ୍ତା ଓ ଚେତନା ର ପ୍ରସାର ସହ ବୈଜ୍ଞାନିକ ହେବା ନିମନ୍ତେ ମାର୍ଗଦର୍ଶନ ପ୍ରଦାନ କରି ଥିଲେ ।ବିଚାରକ ରୂପେ ସହକାରୀ ପ୍ରଫେସର ଲୋକେଶ ପ୍ରଧାନ ଏବଂ ନିକିତା ସିଂ ଅଂଶଗ୍ରହଣ କରି ଥିଲେ । ସାତ ଗୋଟି ସବ ଥିମ ରୁ ସାତ ଗୋଟି ବିଜ୍ଞାନ ପ୍ରକଳ୍ପ ରାଜ୍ୟ ସ୍ତର ନିମନ୍ତେ ଚୟନ କରା ଯିବ । ଅପରାହ୍ଣ ରେ କୁନି ବୈଜ୍ଞାନିକ ଙ୍କ ମଧ୍ୟରେ ମୁକ୍ତମଞ୍ଚ କୁଇଜ ପ୍ରତିଯୋଗୀତା ଅନୁଷ୍ଠିତ ହୋଇ ଥିଲା । କାର୍ଯ୍ୟକ୍ରମ ଟିକୁ ବିଜ୍ଞାନ ଶିକ୍ଷକ ସଂଦୀପ୍ତ କୁମାର ଦାସ ପରିଚାଳନା କରି ଥିବା ବେଳେ ପ୍ରଧାନଶିକ୍ଷକ ସଞ୍ଜୀବ କୁମାର ବୈଦ୍ୟ, ଦେବରାଜ ସେଠୀ, ସନାତନ ଦାସ , ନିରଞ୍ଜନ ମହାରଣା ,ରଞ୍ଜନ ବେହେରା , ଚତୃଭୂଜ ଦାସ , ବାସୁଦେବ ପଣ୍ଡା ପ୍ରମୁଖ ସହଯୋଗ କରି ଥିଲେ । ଉଲ୍ଲେଖଯୋଗ୍ୟ ଆସନ୍ତା କାଲି ଏହି ବିଜ୍ଞାନ ପ୍ରଦର୍ଶନୀ ଟି ଉଦଯାପିତ ହେବ ।