ଆସିକା ଜଳସମ୍ପଦ ବିଭାଗ ଋଷିକୂଲ୍ୟା ନଦୀବନ୍ଧ ରାସ୍ତା ନିର୍ମାଣ ଅତି ନିମ୍ନ ମାନର…

add-all

ଉଠି ଗଲାଣି ନିର୍ମାଣ ଧିନ ରାସ୍ତାର ମେଟଲ …..!

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ସହର ଏକ ବନ୍ୟା ପ୍ରାପୀଡା ଅଞ୍ଚଳ। ପ୍ରତିବର୍ଷ ବର୍ଷା ଦିନେ ବନ୍ୟା ହେବାର ଗୁଜବ ସୃଷ୍ଟି ହୁଏ।ଏହାକୁ ଦୃଷ୍ଟିରେ ରଖି ଗତ ବିଜେଡ଼ି ସରକାର ସମୟରେ ୨୦୨୨/୨୩ ମସିହାରେ ଋଷି କୂଲ୍ୟା ନଦୀର ବାମ ପାର୍ଶ୍ଵରେ ସୁରକ୍ଷା ପାଚେରୀ ସାଙ୍ଗକୁ ନଦୀ ବନ୍ଧର ରାସ୍ତା ପାଇଁ ୬ କୋଟିରୁ ଉର୍ଦ୍ଧ ଟଙ୍କାର ଟେଣ୍ଡର ଜଳ ସମ୍ପଦ ବିଭାଗ ପକ୍ଷରୁ ଦିଆଯାଇଥିଲା। ନଦୀ ଗର୍ଭରେ କଚ୍ଛପ ଗତିରେ ତ୍ରୁଟି ପୂର୍ଣ୍ଣ ଭାବେ ସୁରକ୍ଷା ପାଚେରୀ ଦୀର୍ଘ ବର୍ଷ ହେଲା ନିର୍ମାଣ ଚାଲିଛି। ଡବଲ ଇଞ୍ଜିନ ଆସିବା ପରେ ପୁରୁଣା କାର୍ଯ୍ୟକୁ ରିପିଟ କରି ଋଷି କୂଲ୍ୟା ନଦୀର ବନ୍ଧର ରାସ୍ତା ଉପରେ ମେଟେଲିଙ୍ଗ କାର୍ଯ୍ୟ ଚାଲିଛି। ବିନା ପାଣି ଓ ରୋଲାର ବ୍ୟବହାର ନହେବା ଫଳରେ ଏପଟେ ମେଟେଲିଙ୍ଗ କାର୍ଯ୍ୟ ଚାଲିଥିବା ବେଳେ ବିଭିନ୍ନ ସ୍ଥାନରେ ମେଟଲ ପଡ଼ିଥିବା ସ୍ଥାନରୁ ମେଟଲ ଉଠିଯାଇଛି। ପ୍ରଥମେ କ୍ରସର ଗୁଣ୍ଡ ତାପରେ ମୋରମ ତା ଉପରେ ମେଟଲ ପକାଯାଉଛି। ମେଟେଲିଙ୍ଗ ସମୟରେ ପାଣି କିମ୍ବା ରୋଲାର ବ୍ୟବହାର ହେଉନଥିବା ଯୋଗୁଁ ନିମ୍ନ ମାନର କାର୍ଯ୍ୟ ହେଉଥିବା ଲକ୍ଷ କରାଯାଇଛି।ନଦୀ ବନ୍ଧ ନିର୍ମାଣ ପାଇଁ ହୋଇଥିବା ଚୁକ୍ତିର ଏଗ୍ରିମେଣ୍ଟ ର ଖିଲାଫ ରେ କାର୍ଯ୍ୟ ହେଉଥିବା ଅଭିଯୋଗ ହେଉଛି। ଏହି ଅର୍ଥର ଦୁରୁପଯୋଗ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିବା ନେଇ ସହର ରେ ଜୋରଦାର ଚର୍ଚ୍ଚା ହେଲାଣି। ସୁରକ୍ଷା ପାଚେରୀ ହେଉକି ନଦୀ ବନ୍ଧ ରାସ୍ତା ନିର୍ମାଣ ସମୟରେ ଦାୟିତ୍ୱ ରେ ଥିବା ବାବୁ ମାନଙ୍କ ଦେଖା ମିଳୁନାହିଁ। ନିମ୍ନ ମାନର ସୁରକ୍ଷା ପାଚେରୀ ନିର୍ମାଣ ଓ ନିମ୍ନ ମାନର ନଦୀ ବନ୍ଧ ରାସ୍ତା ନିର୍ମାଣ କାର୍ଯ୍ୟ ଭିଜିଲାନ୍ସ ବିଭାଗ ଦ୍ୱାରା ତଦନ୍ତ ହେଲେ ଠିକାଦାରଙ୍କ ଅସଲ ମୁଖା ଖୋଲିବା ସାଙ୍ଗକୁ ସରକାର ଙ୍କ କୋଟି କୋଟି ଟଙ୍କା ଅର୍ଥ ବର୍ବାଦ ହେବ ନାହି ବୋଲି ସାଧାରଣ ରେ ଆଲୋଚନା ହେଉଛି।

ad-week
Leave A Reply

Your email address will not be published.