ଶିଶୁ ମୃତ୍ୟୁକୁ ନେଇ ଡାକ୍ତରଖାନାରେ ଉତ୍ତେଜନା

youtube

ଟିଟିଲାଗଡ : ଶିଶୁ ମୃତ୍ୟୁକୁ ନେଇ ଟିଟିଲାଗଡ଼ ହସ୍ପିଟାଲରେ ଉତ୍ତେଜନା । ଦୀର୍ଘ ସମୟ ପର୍ଯ୍ୟନ୍ତ ହସ୍ପିଟାଲରେ ପଡ଼ି ରହିଲା ମୃତଦେହ । ଟିଟିଲାଗଡ ସ୍ଥିତ ମାତୃ ଓ ଶିଶୁ ହସ୍ପିଟାଲକୁ ଗତକାଲି ସନ୍ଧ୍ୟାରେ ମୁରିବାହାଲ ଥାନା ଦେହେଲି ଗାଁର ଜଣେ ବ୍ୟକ୍ତି ତାଙ୍କ ୨ ବର୍ଷର ଶିଶୁକୁ ଆଣିଥିଲେ । ଗୋଟିଏ ଘଣ୍ଟା ପରେ ଶିଶୁର ମୁତ୍ୟୁ ହୋଇଥିଲା । କିନ୍ତୁ ୧୭ ଘଣ୍ଟା ପରେ ବି ପରିବାରକୁ ଏପର୍ଯ୍ୟନ୍ତ ହସ୍ତାନ୍ତର କରାଯାଇ ନାହିଁ । ଏହାକୁ ନେଇ ହସ୍ପିଟାଲ୍ ପରିସରରେ ଉତ୍ତେଜନା ଦେଖାଦେଇଛି । କାହିଁକି ଏପର୍ଯ୍ୟନ୍ତ ମୃତଦେହ ହସ୍ତାନ୍ତର କରାଯାଇ ନାହିଁ, ସେ ନେଇ ପରିବାର ଲୋକେ ପ୍ରଶ୍ନ କରିଛନ୍ତି । ଘଟଣା ସ୍ଥଳରେ ସିନ୍ଧେକେଲା ପୋଲିସ ପହଞ୍ଚି ତଦନ୍ତ କରୁଛି।

Leave A Reply

Your email address will not be published.