ମ୍ୟାଲେରିଆରେ ସ୍କୁଲ ଛାତ୍ର ମୃତ

youtube

ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ୍ ଚିତ୍ରାଙ୍ଗପାଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଚିତ୍ରାଙ୍ଗପାଲ୍ଲୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ଛାତ୍ରଙ୍କ ମ୍ୟାଲେରିଆ ଜ୍ୱରରେ ମୃତ୍ୟୁ ଘଟିଛି । ସୂଚନା ମୁତାବକ ମାଙ୍ଗିଗୁଡ଼ା ଗ୍ରାମର ପ୍ରକାଶ ମାଡକାମୀଙ୍କ ପୁଅ ଦେବା ମାଡକାମୀ ଚିତ୍ରାଙ୍ଗପାଲ୍ଲୀ ବିଦ୍ୟାଳୟର ଛାତ୍ରାବାସରେ ରହି ପଞ୍ଚମ ଶ୍ରେଣୀରେ ଅଧ୍ୟୟନ କରୁଥିଲେ । ବୁଧବାର ଦିନ ତାଙ୍କ ଦେହ ଅସୁସ୍ଥ ହେବାରୁ ହଷ୍ଟେଲ କର୍ତ୍ତୃପକ୍ଷ ଏମ ଭି -୫୫ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ତାଙ୍କୁ ଚିକିତ୍ସା କରାଇଥିଲେ । ପରେ ଦେହ ସୁସ୍ଥ ନ ହେବାରୁ ଗୁରୁବାର ଦିନ ପୁନର୍ବାର ସ୍ଥାନୀୟ ଆଶା ତାଙ୍କ ରକ୍ତ ନମୁନା ପରୀକ୍ଷା କରିବାରୁ ତାଙ୍କୁ ମ୍ୟାଲେରିଆ ଜ୍ୱର ହୋଇଥିବା ଜାଣିବାକୁ ପାଇଥିଲେ । ପରିବାର ବର୍ଗକୁ ଖବର ଦେବାରୁ ସେମାନେ ଦେବାକୁ ଶୁକ୍ରବାର ଦିନ ଘରକୁ ନେଇଯାଇଥିଲେ । ଘରେ ପୁଅର ଦେହ ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ତାଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ନେଇ ଭର୍ତ୍ତି କରିଥିଲେ । ସେଠାରେ ତାର ଶନିବାର ଭୋର ପ୍ରାୟ ୪ ଟା ସମୟରେ ମୃତ୍ୟୁ ଘଟିଛି ।

Leave A Reply

Your email address will not be published.