ସ୍କୁଲ ଭଙ୍ଗା ଯିବା ନୋଟିସ ଆସିବା ପରେ ତାତିଲେ ଛାତ୍ରଛାତ୍ରୀ, ୪ କିଲୋମିଟର ଚାଲି ଜିଲ୍ଲାପାଳଙ୍କ ଅଫିସକୁ ଗଲେ

add-all

ଉଦଳା : ଛାତ୍ରଛାତ୍ରୀଙ୍କ ନିଆରା ପ୍ରତିବାଦ  ।  ୪ କିଲୋମିଟର ଚାଲି ଚାଲି ଗଲେ , ଜିଲ୍ଲାପାଳ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ଆଗରେ ପାଠ ପଢ଼ିଲେ ।  ନିଜ ସ୍କୁଲକୁ ବଞ୍ଚାଇବା ପାଇଁ ଏଭଳି ନିଆରା ଢଙ୍ଗରେ ପ୍ରତିବାଦ କରିଛନ୍ତି ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକ ପୁରଡ଼ିହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀ । ଏହି ସ୍କୁଲରେ ୧୩୦ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି  ।  ଶ୍ରେଣୀ ଗୃହ ଅଭାବ ନେଇ ଆନ୍ଦୋଳନ କରିବା ପରେ ୩ଟି ଅସ୍ଥାୟୀ ଶ୍ରେଣୀ ଗୃହ ତିଆରି ହୋଇଥିଲା । ଏବେ ଉକ୍ତ ବିଦ୍ୟାଳୟ ଭଙ୍ଗା ଯିବା ନେଇ ନୋଟିସ ଆସିବା ତାତିଛନ୍ତି ଛାତ୍ରଛାତ୍ରୀ ।

ପିଲାମାନେ ୪ କିଲୋମିଟର ଚାଲି ଚାଲି ଉଦଳା ଠାରେ ଚାଲିଥିବା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ନିକଟରେ ପହଞ୍ଚିଥିଲେ। ଶିବିର ବାହାରେ ବସି ବହି ଖୋଲି ପାଠ ପଢିଥିଲେ। ବିଦ୍ୟାଳୟ ଭାଙ୍ଗିଦେଲେ ଆମେ କେଉଁଠି ପଢ଼ିବୁ ବୋଲି ପ୍ରଶ୍ନ କରିବା ସହ ନିଷ୍ପତ୍ତି ପ୍ରତ୍ୟାହର ନହେଲେ ରାଜରାସ୍ତାରେ ପାଠ ପଢ଼ିବୁ ଚେତାବନୀ ଦେଇଛନ୍ତି ।

ad-week
Leave A Reply

Your email address will not be published.