ଓଟିପି ପଠାଇ ଯୁବକଙ୍କଠାରୁ ସାଇବର ଠକ ଲୁଟି ନେଲେ ୪ ଲକ୍ଷ ଟଙ୍କା

youtube

ତାଳଚେର : ସାଇବର ଠକଙ୍କ ପଞ୍ଝାରେ ଯୁବକ ।  ଓଟିପି ପଠାଇ ଲୁଟି ନେଲେ ନଗଦ ୪ ଲକ୍ଷ ୩୬ ହଜାର ଟଙ୍କା ।  ତାଳଚେର ଥାନା ସହ ସାଇବର ଥାନାର ଦ୍ୱାରସ୍ଥ ହେଲେ ତାଳଚେର ଧରମପୁର ଗାଁର ସୁଶାନ୍ତ ସାହୁ । ଗତକାଲି ସୁଶାନ୍ତଙ୍କ ମୋବାଇଲକୁ ବାରମ୍ବାର ଓଟିପି ଆସିଥିଲା । ତାଙ୍କ ଆକାଉଣ୍ଟରୁ ତିନି ଥରରେ ୪ ଲକ୍ଷ ୩୬ ହଜାର ଟଙ୍କାକୁ ସାଇବର ଲୁଟେରା ଲୁଟି ନେଇଥିବା ଅଭିଯୋଗ ହୋଇଛି ।  ପରେ ସୁଶାନ୍ତ ତାଳଚେର ଥାନା ଓ ସାଇବର ଥାନାରେ ଅଭିଯୋଗ କରିଥିଲେ ।  ଅଭିଯୋଗ ପାଇବା ପରେ ତାଳଚେର ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।  ପୂର୍ବରୁ କିଛି ଆପ୍ ତାଙ୍କ ମୋବାଇଲକୁ ଆସିଥିବା ବେଳେ ସେହି ଆପ୍ କୁ ସୁଶାନ୍ତ ଖୋଲିଥିବା ବେଳେ ତାଙ୍କ ଆକାଉଣ୍ଟକୁ ହ୍ୟାକ୍ କରି ଓଟିପି ପଠାଇ ସାଇବର ଲୁଟେରା ଏଭଳି ଟଙ୍କା ଲୁଟିଥିବା ଅନୁମାନ କରାଯାଉଛି ।

Leave A Reply

Your email address will not be published.