ରାଜ୍ୟର ୩୦ ଜିଲ୍ଲାରେ ହେବ ୩୦ ଶିଳ୍ପ: ମୁଖ୍ୟମନ୍ତ୍ରୀ ମୋହନ ମାଝି

youtube

ଭୁବନେଶ୍ୱର  : ୩୦ ଜିଲ୍ଲାରେ ୩୦ ଶିଳ୍ପ  । ୧୬ଟି କ୍ଷେତ୍ରରେ ହେବ ନିବେଶ ।  ହାଇଦ୍ରାବାଦରେ ଦୁଇ ଦିନିଆ ନିବେଶକ ସମ୍ମିଳନୀରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି ।  ମୁଖ୍ୟମନ୍ତ୍ରୀ କହିଛନ୍ତି , ଓଡ଼ିଶା ହେବ ପୁଞ୍ଜିନିବେଶର ହବ୍ ।  ନିବେଶକ ସମ୍ମିଳନୀରେ ୩୮ ଜଣ ଇନଭେଷ୍ଟରଙ୍କ ସହ  ମୁହାଁମୁହିଁ  ଆଲୋଚନା ଏବଂ ୭୩ ଟି ବୈଠକ ହୋଇଛି ।  ୧୩ଟି MOU ସ୍ଵାକ୍ଷର ହୋଇଥିବା ବେଳେ ୨୭ ହଜାର ୬୫୦କୋଟି ନିବେଶ ହେବ ।  ନିଯୁକ୍ତି ପାଇବେ ୧୫ ହାଜର ଲୋକ ।  ୬୬ ହଜାର ୭୮୧ କୋଟି ନିବେଶ ପ୍ରସ୍ତାବ ଆସିଛି ।  ହାଇଦ୍ରାବାଦ ଇଣ୍ଡଷ୍ଟ୍ରିଆଲ ମିଟରେ ଉତ୍ପାଦନ, ଚିକିତ୍ସା, ପ୍ରତିରକ୍ଷା, ଅକ୍ଷୟ ଶକ୍ତି, ଟେକ୍ସଟାଇଲ ଭଳି କ୍ଷେତ୍ରରେ ନିବେଶ ପ୍ରସ୍ତାବ ଆସିଛି ।  ଆଗାମୀ ଦିନରେ ବାଙ୍ଗାଲୋର, କୋଲକାତାରେ ନିବେଶକ ସମ୍ମିଳନୀ ହେବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.